ନିରବତା ଭାଙ୍ଗିଲେ ସନ୍ତୋଷ ଫରୱାର୍ଡ ବ୍ଲକ ପାର୍ଟିରେ ସଦସ୍ୟତା ଗ୍ରହଣ କଲେ
ବାଲେଶ୍ବର : ଖଇରା ବ୍ଲକ ପ୍ରାକ୍ତନ ସିପିଏମ ନେତା ସନ୍ତୋଷ କୁମାର ସାହୁ ୮ମାସର ନିରବତା ଭାଙ୍ଗି ୨ଦିନ ତଳେ ଫରୱାର୍ଡ ବ୍ଲକରେ ଯୋଗ ଦେଇ ସଦସ୍ୟତା ଗ୍ରହଣ କରିଛନ୍ତି । ୨୧ ତାରିଖ ଦିନ ପାର୍ଟିର ଭୁବନେଶ୍ୱର କାର୍ଯ୍ୟାଳୟ ପରିସରରେ ରାଜ୍ୟ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଓ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ଦଳରେ ପାଦ ଥାପିଛନ୍ତି । ଶନିବାର ଦିନ ଖଇରା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଫରୱାର୍ଡ ବ୍ଲକରେ ଯୋଗଦାନକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହି ଦଳର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ଛାତ୍ର ଜୀବନରୁ ଆଦର୍ଶ ଭାବେ ଗ୍ରହଣ କରି ଆସୁଥିଲେ । ବାମପନ୍ଥୀ ଚିନ୍ତାରେ ବିଶ୍ୱାସ ରଖୁଥିବାରୁ ସିପଏମ ଛାଡିବା ପରେ ଫରୱାର୍ଡ ବ୍ଲକରେ ଯୋଗଦାନ କରିଛନ୍ତି । ଖଇରା ବ୍ଲକରେ କିଭଳି ସଙ୍ଗଠନକୁ ସୁଦୃଢ କରାଯାଇପାରିବ ସେଥିପାଇଁ ସେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି କହିଛନ୍ତି । ସାହୁଙ୍କ ସହ ମଦନମୋହନ ବେହେରା ମଧ୍ୟ ସଦସ୍ୟତା ଗ୍ରହଣ କରିଛନ୍ତି । ଫଟୋ-ଖ
