ଜଷ୍ଟିନ୍ ବିବରଙ୍କ କନର୍ସଟ୍ ପାର୍ଟିରେ ଫୁଟିଲା ଗୁଳି, ୪ ଆହତ
ନୂଆଦିଲ୍ଲୀ : ହଲିଉଡର ଲୋକପ୍ରିୟ ଗାୟକ ତାଙ୍କ ଗୀତକୁ ନେଇ ବହୁତ ପ୍ରସିଦ୍ଧ। ଆମେରିକାର ଲସ ଏଞ୍ଜେଲସରେ ଜଷ୍ଟିନ ବିବରଙ୍କର କନସର୍ଟ ପରେ ଏକ ରେଷ୍ଟୁରାଣ୍ଟରେ ପାର୍ଟି ଆୟୋଜିତ ହୋଇଥିଲା। ଯେଉଁଥିରେ ଏକ ବଡ୍ ଦୁର୍ଘଟଣା ଘଟିଛି। ପାର୍ଟିରେ ହଠାତ୍ ବାହାରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ହେଲେ ବାହାରେ ଗୁଳି ମାଡରେ ହେତୁ ୪ ଜଣ ଆହତ ହୋଇଛନ୍ତି।
ଘଟଣାକୁ କେନ୍ଦ୍ର କରି ଲସ୍ ଆଞ୍ଜେଲସ୍ ପୋଲିସ୍ ବିଭାଗର ଅଧିକାରୀ କହିଛନ୍ତି ଯେ ‘ଦି ନାଇସ୍ ଗାଇ’ ରେଷ୍ଟୁରାଣ୍ଟ ବାହାରେ ଗୁଳି ବିନିମୟରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପରେ ଅଧିକାରୀମାନେ ସେଠାରେ ତିନି ଜଣ ପୀଡିତାଙ୍କୁ ଉଦ୍ଧାର କରିଥିଲେ। ସେଠାରୁ ସିଧାସଳଖ ଡାକ୍ତରଖାନା ନିଆଯାଇଥିଲା। ବର୍ତ୍ତମାନ ଚାରିଜଣ ପୀଡିତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓରେ ସେୟାର କରାଯାଇଛି। ଏହି ପାର୍ଟୀରେ ଅନେକ ସେଲିବ୍ରେଟି ସହ ୧୫୦୦ ଲୋକ ସାମିଲ୍ ଥିଲେ।
