ବୋଲେରୋ ବାଇକ ମୁହାମୁହିଁ ସଡ଼କ ଦୁର୍ଘଟଣା : ପତି ପତ୍ନୀ ମୃତ, ଶିଶୁ ଗୁରୁତର
ବଲାଙ୍ଗୀର : ଆଜି ସନ୍ଧ୍ୟାରେ ବଲାଙ୍ଗୀର ପାଟଣାଗଡ଼ ରାସ୍ତାରେ ୧୮କିଲୋମିଟର ଦୂର ଚୁଡାପକ୍ଷଲ୍ଲୀ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଓ ବାଇକରେ ଆସୁଥିବା ପରିବାର ସହିତ ସେମାନଙ୍କ ଶିଶୁପୁତ୍ରକୁ ଅପର ପାର୍ଶ୍ୱରୁ ଆସୁଥିବା ଏକ ବୋଲେରୋ ଧକ୍କାରେ ଘଟଣା ସ୍ଥଳରେ ପତି ପତ୍ନୀଙ୍କ ମୃତ୍ୟୁ ହୋଇଥିବାବେଳେ ଶିଶୁଙ୍କ ଗୁରୁତର ଅବସ୍ଥାରେ ଗୋଡ଼ରେ ମାଡ଼ ହୋଇ ମେଡିକାଲରେ ଭର୍ତି କରାଯାଇଛି । ମୃତକମାନେ ବରିହା ପାଲିର ବୋଲି ଖବର ମିଳିଛି ।
