ରେଳ ଲାଇନ୍ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଜିଆର୍ପିର ତଦନ୍ତ ଜାରି
ନାରାୟଣପାଟଣା : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ତୟାପୁଟ ନିକଟ ରେଳଲାଇନ୍ ନିକଟରେ ପଡିଛି ଯୁବତୀଙ୍କ ମୃତଦେହ । ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ କେହି ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
ସୂଚନା ଯେ, ଗୁରୁବାର ସକାଳ ସମୟରେ ତୟାପୁଟ ନିକଟ ରେଳ ଲାଇନ୍ରେ ଏକ ଯୁବତୀଙ୍କ ମୃତଦେହ ପଡିଥିଲା । ଯାହାକୁ ଦେଖି ତୁରନ୍ତ ଜିଆର୍ପିକୁ ଖବର ଦିଆଯାଇଥିଲା । ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର ସଠିକ୍ କାରଣ ଜଣାନଥିବା ବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ଜିଆର୍ପି ।
