ଯୁବକଙ୍କ ମୃତଦେହ ଠାବ, କାରଣ ଅସ୍ପଷ୍ଟ
ଉଦଳା : ମୟୁରଭଞ୍ଜ ଜିଲା ଉଦଳା ଥାନା ଚୁଳିଆପୋଷି କେନାଲ ରାସ୍ତାରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ଖବରପଏ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ଚୁଳିଆପୋଷି କେନାଲ ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ। ପରେ ଉଦଳା ଥାନାକୁ ଖବର ଦିଆଯାଇଥିଲା । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଯୁବକଙ୍କ ଘର କପ୍ତିପଦା ଥାନା ମହିଷାସୁରୀ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଥିବା ବେଳେ ନାଙ୍କ ନାମ ଏବେ ସୁଦ୍ଧା ଜଣାପଡିନାହିଁ । ମୃତ ଯୁବକ ଜଣକ ଗୋରୁ ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ସ୍ଥାନୀୟଲୋକଙ୍କ ନିକଟରୁ ପୋଲିସ୍ ଜାଣିବାକୁ ପାଇଛି । ହେଲେ ଯୁବକଙ୍କର ମୃତ୍ୟୁ କିପରି ହେଲା, ତାହା ଅସ୍ପଷ୍ଟ ରହିଥିବା ରହିଛି ।
