ବାଲେଶ୍ୱର : ଅଜଣା ଯୁବକର ମୃତଦେହ ଉଦ୍ଧାର
ବାଲେଶ୍ୱର :ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ନୂଆସଡ଼କ ଛକ ନିକଟରୁ ଜଣେ ଅଜଣା ଯୁବକର ମୃତଦେହ ଉଦ୍ଧାର । ମୃତ ଦେହଟି ନିକଟସ୍ଥ ନଈରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନଈରୁ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କେମିତି ଓ କେଉଁ ପରିସ୍ଥିତିରେ ଯୁବକର ମୃତ୍ୟୁ ହୋଇଛି, ଏନେଇ ପୋଲିସର ତଦନ୍ତ ଜାରି ରହିଥିବାବେଳେ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଏନେଇ ଚାନ୍ଦିପୁର ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୧୪ ।୨୧) ରୁଜୁ କରାଯାଇଛି ।
