ପଡୋଶୀ ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
ଝାରସୁଗୁଡା : ଝାରସୁଗୁଡା ଜିଲା କୁରେଇମାଲ ଗ୍ରାମରେ ଅଭାବନୀୟ ଘଟଣା । ପଡୋଶୀ ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଯେ, ରେଙ୍ଗାଲି ଥାନା ଅନ୍ତର୍ଗତ କୁରେଇମାଲ ଗାଁର ଏହି ଘଟଣା ଘଟିଛି। ମୃତକ ହେଲେ ସେହି ଦେବ ରାଉତ । ଦେବଙ୍କ ମୃତଦେହ ପଡୋଶୀ ବିଜୁ ଧରେଇଙ୍କ ଘରର ଏକ କୋଠରୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତାଙ୍କୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
