ରାସ୍ତା ପାର୍ଶ୍ୱରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର
ଚଣ୍ଡିଖୋଲ : ରାସ୍ତା ପାର୍ଶ୍ୱରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର। ରାଜପଥ ସମ୍ପ୍ରସାରଣ ବେଳେ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ପରେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏପରି ଅଭାବନୀୟ ଦୃଶ୍ୟ ଯାଜପୁର ଜିଲା ଚଣ୍ଡିଖୋଲ୍ ଛକ ୫୩ ନମ୍ୱର ଜାତୀୟ ରାଜପଥ ପାଖରେ ଦେଖିବାକୁ ମିଳିଛି।
ସୂଚନା ଯେ, ଚଣ୍ଡିଖୋଲରୁ କଳିଙ୍ଗନଗର ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଚାଲିଥିବା ବେଳେ ରାସ୍ତା ପାଖରେ ମେସିନରେ ସଫା କରାଯାଉଥିଲା। ଏହି ସମୟରେ ଶିଶୁକନ୍ୟାଟି ସେଠାରେ ଦେଖିବାକୁ ମିଳିଥିଲା। ଏହି ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁକନ୍ୟାକୁ ଆମ୍ବୁଲାନ୍ସରେ ବଡ଼ଚଣା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଛନ୍ତି। ପରେ ଶିଶୁର ମୃତଦେହକୁ ବ୍ୟବଛେଦ କରାଯାଇଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
