ଡମପଡ଼ା ଅଭୟାରଣ୍ୟରେ ବୋଟିଂ ସେବାର ଶୁଭାରମ୍ଭ
ଚନ୍ଦକା : ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବୋଟିଂ ସେବାର ଶୁଭାରମ୍ଭ କରାଯାଇଛି । ପ୍ରତ୍ୟକ ବୋଟ୍ ରେ ୯ ଜଣ ଯାତ୍ରୀ ବୁଲି ପାରିବାର ସୁବିଧା ରହିଛି। ୩୦ ମିନିଟ୍ ବୁଲିବା ପାଇଁ ଜଣ ପିଛା ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ସୂଚନା ଯେ, ଗତ ଉତ୍କଳ ଦିବସରୁ ଏହାକୁ ଅଣାଯାଇଥିଲା। ଶନିବାର ଏହି ବୋଟିଂ ସେବାର ଶୁଭାରମ୍ଭ କରାଯାଇଥିବା ବେଳେ ଏହାର ମଜା ନେବାପାଇଁ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏହା ଦ୍ୱାରା ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ରାଜସ୍ୱ ବୃଦ୍ଧି ହୋଇପାରିବ।
