ରକ୍ତମୁଖା ତାଲିବାନ : ପିଲା ଓ ସ୍ୱାମୀଙ୍କ ସମ୍ମୁଖରେ ଗର୍ଭବତୀ ପୋଲିସ ଅଧିକାରୀଙ୍କୁ ହତ୍ୟା
କାବୁଲ : ଆଫଗାନିସ୍ତାନ ଦଖଲ ପରେ ରକ୍ତମୁଖା ହୋଇପଡିଛି ତାଲିବାନ । ଗୋଟିଏ ପରେ ଗୋଟିଏ କୁକର୍ମ କରିଚାଲିଛନ୍ତି ତାଲିବାନୀ । ଯାହାକି ସାରା ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଆଫଗାନିସ୍ତାନରେ ଏବେ ତାଲିବାନର ବର୍ବତରା ସୀମା ଟପିଛି । ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ହତ୍ୟା କରିଛନ୍ତି ନିର୍ଦ୍ଦୟୀ ତାଲିବାନୀ । ଫିରୋଜକୋହ ଠାରେ ମହିଳା ଅଧିକାରୀଙ୍କୁ ତାଙ୍କ ସ୍ୱାମୀ ଓ ଶିଶୁଙ୍କ ସମ୍ମୁଖରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ।
ଏନେଇ ଜାତୀୟ ଗଣମାଧ୍ୟମ ସ୍ପଷ୍ଟ କରିଛି । କୁହାଯାଉଛି ଯେ, ମହିଳା ପୋଲିସ ଅଧିକାରୀ ୮ ମାସର ଗର୍ଭବତୀ ଥିଲେ । ମୃତ ମହିଳା ପୋଲିସ କର୍ମଚାରୀଙ୍କ ନାମ ବାନୁ ନେଗର । ଏହି ଘଟଣା ଶନିବାର ରାତି ୧୦ଟାରେ ହୋଇଥିବା କୁହାଯାଉଛି । ତେବେ ଏପରି ବର୍ବରତା ପରେ ବି କୌଣସି ଲୋକ ସ୍ୱର ଉଠାଇ ପାରିନାହାଁନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ତାଲିବାନ ଶନିବାର ବାନୁ ନେଗରଙ୍କୁ ତାଙ୍କର ସ୍ୱାମୀ ଓ ପିଲାମାନଙ୍କ ସମ୍ମୁଖରେ ନିସ୍ତୁକ ମାଡ଼ ମାରିଥିଲା । ସଂପର୍କୀୟମାନେ ଏକ କୋଠରୀର କୋଣରେ ଲାଗିଥିବା ରକ୍ତର ଫଟୋ ଏବଂ ଶରୀର ଦେଖାଯାଉଥିବାର ଚିହ୍ନର ଫଟୋ ଦେଇଛନ୍ତି । ମହିଳା ପୋଲିସ ଅଧିକାରୀଙ୍କୁ ମୁହଁକୁ ବିକୃତ କରାଯାଇଥିଲା ।
