ଋକ୍ତଦାନ ଶିବିର ଅନୁଷ୍ଠିତ, ୫୧ୟୁନିଟ୍ ରକ୍ତ ସଂଗ୍ରହ
ଯାଜପୁର : ଯାଜପୁର ବ୍ଲକ ଅନ୍ତର୍ଗତ ଉପର ବରୁହାଁ ପଂଚାୟତ ଅଧିନସ୍ଥ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅଶୋକ ଦାସ ଫାଉଣ୍ଡେସନ, ଜିଲା ରେଡ଼କ୍ରସ ଓ ଜୀବନ ବିନ୍ଦୁର ମିଳିତ ଉଦ୍ୟମରେ ୧୪୦ତମ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଶୋକ ଦାସ ଫାଉଣ୍ଡେସନ୍ର ସଚିବ ଭବପ୍ରସାଦ ଦାସ ଯୋଗ ଦେଇ ଉଦ୍ଘାଟନ କରିଥିଲେ ।ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ରକ୍ତଦାନ ଏକ ମହତ ଦାନ, ରକ୍ତଦାନ ଦ୍ୱାରା ଲୋକଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇଥାଏ । ଜିଲାରେ ଥିବା ଥାଲାସେମିଆ ରୋଗୀଙ୍କ ପାଇଁ ହେଉଥିବା ରକ୍ତ ସଂକଟକୁ ଦୂର କରିବାକୁ ଫାଉଣ୍ଡେସନ୍ ଏହି ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତୁଷାରକାନ୍ତ ପରିଡ଼ା, ଉପର ବରୁହାଁ ସଂରପଞ୍ଚ ଅନାରା ବାନୋ, ସେକ୍ ଗୋଲାମ ଅଲ୍ଲୀ, ନନ୍ଦ କିଶୋର ସାହୁ ପ୍ରମୁଖ ଯୋଗ ଦେଇ ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ରକ୍ତଦାନ ଶିବିରରେ ୫୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା
