ବ୍ଲକ ସ୍ତରୀୟ ଦକ୍ଷତାବୃଦ୍ଧି ତାଲିମ ଶିବିର
ଖଇରା : ବାଲେଶ୍ବର ଜିଲା ଖଇରା ବ୍ଲଜ ସଭାଗୃହରେ ଶୁକ୍ରବାର ଦିନ ସମସ୍ତ ଭିଆରପି ମାନଙ୍କର ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି ା ବ୍ଲକ ସମାଜ ମଙ୍ଗଳ ଅଧିକାରୀ ତ୍ରିଦେବ ସୁନ୍ଦର ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଜିଲା ସମାଜିକ ସମିକ୍ଷକ ଚନ୍ଦନ କୁମାର ରାଉଳ,ସୋର ବ୍ଲକ ସାମଜିକ ସମିକ୍ଷକ ସୁରେନ୍ଦ୍ର ପ୍ରସାଦ ପଣ୍ଡା,ଖଇରା ବ୍ଲକ ସାମାଜିକ ସମିକ୍ଷକ ହେମନ୍ତ କୁମାର ପାଢୀପ୍ରମୁଖ ଅଧିକାରୀ ଯୋଗ ଦେଇ ପ୍ରଧାନ ମନ୍ତ୍ରୀ ଆବାସ ତଦାରଖ କରିବା ନେଇ ରହିଥିବା ସରକାରୀ ନିର୍ଦ୍ଦେଶନାମା ଉପରେ ଆଲୋକପାତ କରିଥିଲେ ା ୨୦୧୬-୧୭ ରୁ ୨୦୨୦-୨୧ ପର୍ଯ୍ୟନ୍ତ ଖଇରା ବ୍ଲକରେ ନିର୍ମିତ ହୋଇଥିବା ଗ୍ରାମିଣ ଆବାସ ଉପରେ ଜନଶୁଣାଣି ଥିବାରୁ ଏଥିପ୍ରତି ଭିଆରପି ବା ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ମାନେ ଯଥେଷ୍ଟ ଯତ୍ନବାନ ହେବାକୁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ ା ୫୦ରୁ ଉର୍ଦ୍ଧ ଭିଆରପି ତାଲିମ ନେଇଥିଲେ ା ଫଟୋ-ଖଇରା୧-ବ୍ଲକ ସଭାଗୃହରେ ଅନୁଷ୍ଠିତ ଦକ୍ଷତାବୃଦ୍ଧି ତାଲିମ ଶିବିର
