ଅନ୍ଧ ବାପା ଏବଂ ଗରିବ ଝିଅ ମୁହଁରେ ହସ ଫୁଟାଇଲା ହେଲପିଙ୍ଗ ସୋସାଇଟି
ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ବ୍ଲକ ଦାଣ୍ଡହରିପୁର ପଞ୍ଚାୟତ ଛ’ବାଟିଆ ଗାଁର ୯ ବର୍ଷର ଝିଅ ପୂଜା ସିଂ । ପେଟ ପାଇଁ ପାଠ ପଢ଼ା ଛାଡ଼ି ଭିକ୍ଷାବୃତ୍ତିକୁ ଆଦୋରି ନେଇଛି । ଅନ୍ଧ ବାପାକୁ ଧରି ଗାଁକୁ ଗାଁ ବୁଲି ସେ ଭିକ ମାଗୁଛି । ଏହି ଖବର ବାଲେଶ୍ୱର ଜିଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ ସୋସାଇଟି ପାଇବା ମାତ୍ରେ ସଂଗଠନର ମୁଖ୍ୟ ହ୍ରିତିକ ନାୟକଙ୍କ ଆହ୍ୱାନରେ ବାହାନଗା ବ୍ଲକ ହେଲପିଙ୍ଗ ସୋସାଇଟି ସମସ୍ତ ମହିଳା କର୍ମକର୍ତ୍ତା ଓ ବାଲେଶ୍ୱର ଜିଲାର କର୍ମକର୍ତ୍ତାମାନେ ପୂଜା ସିଂଙ୍କ ଘରେ ପହଞ୍ଚିଥିଲେ ଓ ତାଙ୍କ ପରିବାରକୁ ୩ ମାସର ରାସନ୍ ସାମଗ୍ରୀ ଓ ଝିଅ ପୂଜାର ପାଠ ପଢ଼ିବା ପାଇଁ ସମସ୍ତ ଦାୟିତ୍ୱ ନେବେ ବୋଲି ସଂଗଠନର ମୁଖ୍ୟ ହ୍ରିତିକ ନାୟକ ସୂଚନା ଦେଇଛନ୍ତି ।
ଏହା ଶୁଣି ଅନ୍ଧ ବାପା ଓ ଝିଅ ବହୁତ ଖୁସି ହୋଇଥିଲେ ଏବଂ ହେଲପିଙ୍ଗ ସୋସାଇଟି କୁ ବହୁତ ବହୁତ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଉପ-ସଭାପତି ଜୀବନ ସଂଗ୍ରାମ ମିଶ୍ର, ଅରୁପ ସାହୁ, ସୁମିତ ରଞ୍ଜନ କର, ସୁଧାଂଶୁ ଶେଖର ବାରିକ , ଦିବ୍ୟ ରଞ୍ଜନ ଦାସ ଏବଂ ବାହାନଗା ବ୍ଲକ ସଂଗଠନର ସଭାପତି ଅନିମା ମାଝୀ ସମ୍ପାଦକ ସବିତା ଅଗସ୍ତିଙ୍କ ସହ ସଂଗଠନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
