ନଗ୍ରମ ଓ ଓଡଙ୍ଗୀରେ ବିଜେପିର ମାରାଥନ ପ୍ରଚାର
ଡୋର ଟୁ ଡୋର କ୍ୟାମ୍ପନିଂ କରି ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ଲୋଡ଼ିଲେ ମାନସ ଦତ୍ତ
ବାଲେଶ୍ୱର : ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତ ଆଜି ୨୫ନଂ ଜୋନରେ ମାରାଥନ ପ୍ରଚାର କରିଛନ୍ତି । ଏହି ଅବସରରେ ଆଜି ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ନଗ୍ରମ ଓ ଓଡଙ୍ଗୀ ପଞ୍ଚାୟତରେ ଶ୍ରୀ ଦତ୍ତ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଘରକୁ ଘର ବୁଲି ଭୋଟ ପାଇଁ ସାଧାରଣ ଲୋକଙ୍କ ଆଶୀର୍ବାଦ ଲୋଢିଛନ୍ତି । ଶ୍ରୀ ଦତ୍ତ ସାଧାରଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ ।

ସେ କହିଛନ୍ତି ଯେ ଗତ ଉପ ନିର୍ବାଚନରେ ବିଜୁ ଜନତା ଦଳ ଯେଉଁ ସବୁ ପ୍ରତିଶୃତି ସାଧାରଣ ଜନତାକୁ ଦେଇଥିଲେ, ତାହା ଆଜି ପାଣିର ଗାର ସଦୃଶ ପ୍ରମାଣିତ ହୋଇସାରିଛି । ଉପ ନିର୍ବାଚନକୁ ୧ ବର୍ଷ ବିତିଯାଇ ଥିବା ବେଳେ ପଞ୍ଚାୟତରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରି ନାହିଁ । ମୋଦି ସରକାର ବ୍ୟାପକ ମାତ୍ରାରେ ଅର୍ଥ ପଠାଉଥିବା ବେଳେ ଏଠି ବିଜେଡିର ନେତା କର୍ମୀ ମାନେ ଠିକାଦାର ସାଜି ଲୁଟିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରିବକଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି । ସରକାରୀ କଳ ବଳ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରି ନିର୍ବାଚନ ହାତେଇବାକୁ ଶାସକ ବିଜେଡି ଅପପ୍ରୟାସ ଜାରି ରଖିଛି ଓ ଚଳିତ ପଞ୍ଚାୟତ ନିର୍ବାଚନରେ ଜନତା ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୨୫ନଂ ଜିଲ୍ଲାପରିଷଦ ପ୍ରାର୍ଥୀ ଗୟାଧର ବେହେରା, ନଗ୍ରମ ସରପଞ୍ଚ ପ୍ରାର୍ଥୀନୀ ବନିତା ଭୂୟାଁ ଓ ସମିତିସଭ୍ୟ ପ୍ରାର୍ଥୀ ରଞ୍ଜନ କୁମାର ପାଣି, ଓଡଙ୍ଗୀ ସରପଞ୍ଚ ପ୍ରାର୍ôଥନୀ ରଶ୍ମୀତା ତପସ୍ୱୀ ଓ ସମିତିସଭ୍ୟା ପ୍ରାର୍ଥୀନୀ କୁନିମଣି ବୈଠା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରବୀନ୍ଦ୍ର ରାଜ, ସର୍ବେଶ୍ୱର ମହାନ୍ତି, ମାନସ ନାୟକ, ଜୀବନ ସାମଲ, ସତ୍ୟଜିତ ଦାସ, ମାୟାଧର ପ୍ରଧାନ, ସୁନିଲ ପାଣି, ହୃଦୟରଞ୍ଜନ ଭୂୟାଁ, ସୁଦର ଭୂୟାଁ, ସୁଦାମ ମହାଳିକ, ଅଶୋକ ମହାଳିକ, କମଲ ଲୋଚନ ପାତ୍ର, ଚିନ୍ମୟ ପାଣି, ବିଦ୍ୟୁତ ପାଣି, ଗୋବିନ୍ଦ ରାଜ, ନିତ୍ୟାନନ୍ଦ ଗୋଚ୍ଛାୟତ, ବିଶ୍ୱଜିତ ନାୟକ, ହରେକୃଷ୍ଣ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
