ଏସପି ଅଫିସ ଆଗରେ ବିଜେପିର ଧାରଣା
ବାଲେଶ୍ୱର : ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳ ବିରୋଧରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ ଆକ୍ରମଣାତ୍ମକ ସ୍ଥିତି ସୃଷ୍ଟି କରିଥିବା ଅଭିଯୋଗରେ ଏବେ ଆନ୍ଦୋଳନମୁଖ ୀ ହୋଇଛି ଭାରତୀୟ ଜନତା ପାର୍ଟି । ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ ଓ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜି)ଙ୍କ ବିରୋଧରେ ଥାନାରେ ଏତଲା ପରେ ଶନିବାର ପ୍ରତି ଜିଲାର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।ଏହି ପିପ୍ରେକ୍ଷୀରେ ବାଲେଶ୍ୱର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ ସଭାପତି ମାନସ କୁମାର ଦତ୍ତ ପ୍ରମୁଖ ଯୋଗଦେଇ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପରିବର୍ତ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ପ୍ରତିହିଂସାପରାୟଣ ହୋଇ ଜୁଲମ କରୁଛି ବୋଲି କହିଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ବିରୋଧରେ ପ୍ରତିବାଦ କରୁଥିବା ବିଜେପି କାର୍ଯ୍ୟକର୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବରେ ଭୁବନେଶ୍ୱରରେ ପୁଲିସ ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲା ସେମାନେ ଆରୋପ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଓ ଓଡ଼ିଶା ପୁଲିସର କାର୍ଯ୍ୟଧାରା ସମ୍ପର୍କରେ ଓଡ଼ିଶାବାସୀ ବେଶ ଅବଗତ ହୋଇଥିବା ବେଳେ ଆଗାମୀ ଦିନରେ ବିଜେପି ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଦଳୀୟ ନେତାମାନେ ଚେତାବନୀ ଦେଇଥିଲେ । ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ରଙ୍କ ସଂଯୋଜନାରେ ଅୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଦଳୀୟ ପ୍ରବକ୍ତା ଠାକୁର ରଣଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଶୋଭନା ମହାନ୍ତି, ସୁଷମା ବିଶ୍ୱାଳ, ନଗର ସଭାପତି ଚିତ୍ତରଂଜନ ପଣ୍ଡା, ସୁସ୍ମିତା ପଣ୍ଡା, ରାକେଶ ମଲିକ, ଅଂଶୁମାନ ମହାନ୍ତି, ଈଶ୍ୱର ବେହେରା, ପର୍ଶୁରାମ ପରିଡ଼ା, କମଳଲୋଚନ ଦାସ, ସୁଶାନ୍ତ ବେରା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ, ଉପ-ସଭାପତି ସୁବୋଧ ପଣ୍ଡା, ରାଜନ ପରିଡ଼ା, ସମ୍ପାଦକ ଅରୂପ ଜେନା, ନାରାୟଣ ମହନ୍ତ, ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଅନୀଲ ମହାନ୍ତି, ଦେବାଶିଷ ଆଚାର୍ଯ୍ୟ, ସୌମ୍ୟଜିତ ଦାସମହାପାତ୍ର, ମନମୋହନ ଆଚାର୍ଯ୍ୟ, ବିକାଶ ପାଢ଼ୀ, ସମର ଶଙ୍କର କାନୁନଗୋ, ବିଭୂପଦ ଦାସ, ମୃତ୍ୟୁଞ୍ଜୟ ଜେନା, ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ, ଅନିମା ପାଣିଗ୍ରାହୀ, ସଂଯୁକ୍ତା ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଦଳ ପକ୍ଷରୁ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
