ବାଲେଶ୍ୱର ୨୯ନଂ ଜୋନ୍ରେ ବିଜେପିର ବିଶାଳ ପଦଯାତ୍ରା
ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନତାଙ୍କୁ ଭୋଟ ପାଇଁ ଅପିଲ କଲେ ଗୋଲକ ମହାପାତ୍ର
ବାଲେଶ୍ୱର : ଆଜି ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଜିଲା ପ୍ରଭାରୀ ଗୋଲକ ମହାପାତ୍ର ଓ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ଦତ୍ତ ୨୯ନଂ ଜୋନର ଛାନୁଆ ପଞ୍ଚାୟତରେ ଆୟୋଜିତ ବିଶାଳ ପଦଯାତ୍ରାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ସାଧାରଣ ଜନତାଙ୍କୁ ଭୋଟ ପାଇଁ ଅପିଲ କରିଛନ୍ତି । ଏହି ଅବସରରେ ଶ୍ରୀ ଗୋଲକ ମହାପାତ୍ର କେନ୍ଦ୍ର ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଓ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଇବା ସହିତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।


ଗତ ଉପ ନିର୍ବାଚନରେ ବିଜୁ ଜନତା ଦଳ ଯେଉଁ ସବୁ ପ୍ରତିଶୃତି ସାଧାରଣ ଜନତାକୁ ଦେଇଥିଲେ, ତାହା ଆଜି ପାଣିର ଗାର ସଦୃଶ ପ୍ରମାଣିତ ହୋଇସାରିଛି । ଉପ ନିର୍ବାଚନକୁ ୧ବର୍ଷ ବିତିଯାଇ ଥିବା ବେଳେ ପଞ୍ଚାୟତରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରି ନାହିଁ । ମୋଦି ସରକାର ବ୍ୟାପକ ମାତ୍ରାରେ ଅର୍ଥ ପଠାଉଥିବା ବେଳେ ଏଠି ବିଜେଡିର ନେତା କର୍ମୀ ମାନେ ଠିକାଦାର ସାଜି ଲୁଟିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରିବକଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି । ସରକାରୀ କଳ ବଳ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରି ନିର୍ବାଚନ ହାତେଇବାକୁ ଶାସକ ବିଜେଡି ଅପପ୍ରୟାସ ଜାରି ରଖିଛି ଓ ଚଳିତ ପଞ୍ଚାୟତ ନିର୍ବାଚନରେ ଜନତା ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । ସଦର ନେତା ଶ୍ରୀ ଦତ୍ତ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବାଜିମାତ କରିବ ବୋଲି ପରିପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୨୯ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ନାୟକ, ସରପଞ୍ଚ ପ୍ରାର୍ôଥନୀ ଶାନ୍ତିଲତା ଦାସ, ସମିତିସଭ୍ୟା ପ୍ରାର୍ଥିନୀ ସଂଯୁକ୍ତା ଦାସ, ମଣ୍ଡଳ ସଭାପତି ବିଜୟ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ପଞ୍ଚାୟତ ସଭାପତି ଭାଗ୍ୟଧର ଦାସ, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ବରିଷ୍ଠ ଆଇନଜୀବି ବିଜୟ ପାଣିଗ୍ରାହୀ, ସୀତାକାନ୍ତ ସ୍ୱାଇଁ, ବଂଶୀଧର ପାତ୍ର, ପୁଲିନ ଜେନା, ଲକ୍ଷ୍ମୀଧର ମନ୍ତ୍ରୀ, ମିଟ ସାହୁ, ରାଜେନ୍ଦ୍ର ଚାଟାର୍ଜୀ, ରତ୍ନାକର ବେହେରା, ସୁରେନ୍ଦ୍ର ପାତ୍ର, କୁନା ମୁଖି, ମହେଶ୍ୱର ପାତ୍ର, ଉମାକାନ୍ତ ମାଝୀ, ରାମ ଦାସଚନ୍ଦ୍ର ମାଝୀ, ମିନତି ନାୟକ, ଇଶ୍ୱର ବାରିକ, ବିକାଶ ଦାସ, ରାମ ମହାନ୍ତି, ଅରୁପ ଜେନା, ଅନିଲ ମହାନ୍ତି ସହ ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
