କେନ୍ଦୁଝର ଡେଲି ମାର୍କେଟରେ ଅଗ୍ନିକାଣ୍ଡ, କ୍ଷତିଗ୍ରସ୍ତଙ୍କୁ ଭେଟିଲା ବିଜେପି ଟିମ୍
କେନ୍ଦୁଝର : ସୋମବାର ଭୋରରେ କେନ୍ଦୁଝର ଡେଲି ମାର୍କେଟରେ ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡ ଫଳରେ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ସମ୍ପତି ନଷ୍ଟ ହୋଇଥିଲା । ମଙ୍ଗଳବାର ସଦର ବିଧାୟକ ମୋହନ ମାଝୀ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତଙ୍କୁ ସମବେଦନା ଜଣାଇଛନ୍ତି । ବିଧାୟକଙ୍କ ସହିତ ନଗରପାଳ ନିକୁ ସାହୁ ଓ ବିଜେପିର ସମସ୍ତ କାଉନସିଲର ଘଟଣାସ୍ଥଳରେ ଉପସ୍ଥିତ ରହି କ୍ଷତିଗ୍ରସ୍ତ ଦୋକାନୀମାନଙ୍କୁ କିଭଳି ସରକାରୀ ସହାୟତା ମିଳିବ ସେନେଇ ଦାବି କରିଥିଲେ । ଅଗ୍ନିକାଣ୍ଡ ଯୋଗୁ ୬୯ ଜଣ ଦୋକାନୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ତୁରନ୍ତ ପୁନଃ ଥଇଥାନ କରାଯିବାକୁ ବ୍ୟବସାୟୀ ସଙ୍ଘ ପକ୍ଷରୁ ବିଜେପି ଟିମ୍ ନିକଟରେ ଦାବି କରାଯାଇଛି । ଅଗ୍ନିକାଣ୍ଡର ଦୁଇ ଦିନ ପରେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରାଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
