ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ : ଦଳକୁ ବିଜୟ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ରାଜନୈତିକ ସଂକଳ୍ପ ପାରିତ ହୋଇଛି । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ବୈଠକରେ ୩୪୨ ଜଣ ସଦସ୍ୟ ଯୋଗ ଦେଇଥିଲେ । ୨୦୨୦ ମାର୍ଚ୍ଚରେ ମହାମାରୀ ଆରମ୍ଭ ପରଠାରୁ ଏହା ହେଉଛି ପ୍ରଥମ ଜାତୀୟ କାର୍ଯ୍ୟକାରିଣୀ ବୈଠକ । ଆସନ୍ତାବର୍ଷ ୫ଟି ରାଜ୍ୟରେ ବିଧାନ ସଭା ନିର୍ବାଚନଥିବାରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ।
ବୈଠକରେ ୧୮ଟି ପ୍ରସଙ୍ଗ ପରେ ଆଲୋଚନା ହୋଇଥିଲା । ବିଶେଷ କରି ପଶ୍ଚିମବଙ୍ଗ ନିର୍ବାଚନପରବର୍ତୀ ହିଂସା ଉପରେ ଆଲୋଚନା କରାଯିବା ସହ ଘଟଣାକୁ ନିନ୍ଦା କରାଯାଇଥିଲା । ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ଦଳ ଦୃଢ଼ ନିନ୍ଦା କରାଯାଇଥିଲା । ହିଂସାରେ ପ୍ରଭାବିତ ହୋଇଥିବା ସମସ୍ତ ଦଳୀୟ କର୍ମୀଙ୍କ ସହ ବିଜେପି ଛିଡ଼ା ହେବ ଏବଂ ଦରକାର ପଡ଼ିଲେ ସେମାନଙ୍କୁ ନ୍ୟାୟ ପାଇଁ ଆମେ କୋର୍ଟ ଯିବୁ ବୋଲି ନିର୍ମଳା ସୀତାରମଣ କହିଥିଲେ । ଏହି ପ୍ରସଙ୍ଗରେ ଜେପି ନଡ୍ଡା ମଧ୍ୟ ବକ୍ତବ୍ୟ ରଖିଥିଲେ । ପରେ କୃଷି ପ୍ରସଙ୍ଗ ନେଇ ଆଲୋଚନା କରାଯାଇଥିଲା । କୃଷକମାନଙ୍କ ପାଇଁ ଏମଏସପି ୧,୫ ଗୁଣ ବୃଦ୍ଧି କରାଯିବା, କିସାନ କ୍ରେଡିଟ୍ କାର୍ଡ ବଂଟନ, ଚାଷୀଙ୍କୁ ପମ୍ପ ଯୋଗାଇ ଦିଆଯାଇଥିବା ନେଇ ଆଲୋଚନା ହୋଇଥିଲା । ଏହା ପରେ ବିବାଦୀୟ କୃଷି ଆଇନ ସମ୍ପର୍କରେ ଆଲୋଚନା ହୋଇଥିଲା । ଯେଉଁମାନେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ସେମାନଙ୍କ ସହ ସହ ସରକାର ଖୋଲା ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ନିର୍ମଳା କହଇଚନ୍ତି । ଆମେ ଆଲୋଚନା ପାଇଁ ରାଜି ଅଛୁ । ଆଇନ୍ରେ କେଉଁ ବିଷୟକୁ ବିରୋଧ କରୁଛ ତାହା ଆମେ ଜାଣିବାକୁ ପାଇଁ ଚାହୁଁଛୁ ବୋଲି ନିର୍ମଳା କହିଛନ୍ତି । ଚାଷୀମାନେ ଯେଉଁ ଆପତି ଉଠାଉଛନ୍ତି ତାହା ଅସମ୍ପୂର୍ଣ୍ଣ । ତଥାପି ଆମେ ଚାଷୀଙ୍କ କଥା ଶୁଣିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ରବିବାର ହୋଇଥିବା ବୈଠକରେ ୨୦୨୨ରେ ହେବାକୁ ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଆଲୋଚନା ହୋଇଥିଲା । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଭୂପେନ୍ଦ୍ର ଯାଦବ କାର୍ଯ୍ୟକାରିଣୀ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କାର୍ଯ୍ୟକାରଣୀକୁ ଉଦଘାଟନ କରି ସେବା ହିଁ ବାସ୍ତବିକ ପୂଜା ବୋଲି କହିଛନ୍ତି । ପାର୍ଟିର ଇତିହାସକୁ ରେଖାଙ୍କିତ କରି ମୋଦି କହିଛନ୍ତି ଯେ ଭାରତୀୟ ରାଜନୀତିରେ ବିଜେପି ଆଜି ଯେଉଁ ସ୍ଥାନ ହାସଲ କରିଛି ଏହାର ମୁଖ୍ୟ କାରଣ ହେଉଛି ପାର୍ଟି ସର୍ବଦା ସାଧାରଣ ଲୋକଙ୍କ ସହ ନିଜକୁ ଜଡିତ ରଖିଛି । ବିଜେପି ଜାତୀୟ ସଭାପତି ଜଗତ ପ୍ରସାଦ ନଡ୍ଡା ବୈଠକରେ ୟୁପି ଓ ପଞ୍ଜାବ ସମେତ ୫ଟି ରାଜ୍ୟରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରସଙ୍ଗ ଉଠାଇଥିଲେ । ନଡ୍ଡା ହେବାକୁ ଥିବା ନିର୍ବାଚନ ଲାଗି ପାର୍ଟି ସପକ୍ଷରେ ପରିବେଶ ସୃଷ୍ଟି କରିବା ଓ ସଙ୍ଗଠନକୁ ମଜଭୁତ କରିବା ନିମନ୍ତେ କିଛି ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି । ସେ କହିଛନ୍ତି ଯେ ଗତ ୭ ବର୍ଷରେ ପାର୍ଟି କେନ୍ଦ୍ର କ୍ଷମତାରେ ଥିବା ବେଳେ ପୂର୍ବରୁ ପଶ୍ଚିମ ଓ ଉତରରୁ ଦକ୍ଷିଣ ଅନେକ ରାଜ୍ୟର ସରକାରରେ ମଧ୍ୟ ରହିଛି । ଏବେ କେବଳ ଉତ୍କର୍ଷ ଆସିବା ବାକି ବୋଲି କହିଛନ୍ତି । ବୈଠକରେ ଆଗାମୀ ବର୍ଷରେ ଉତରାଖଣ୍ଡ, ଉତରପ୍ରଦେଶ, ମଣିପୁର, ଗୋଆ ଏବଂ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଆଲୋଚନା ହୋଇଛି । ୧୦୦ କୋଟି ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ବୈଠକରେ ଚଳିତ ବର୍ଷ ସରକାରଙ୍କ କରୋନା ମୁକାବିଲା, ଟିକାକରଣ ଏବଂ ଅର୍ଥନୀତିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବା ସହିତ ଭବିଷ୍ୟତରେ କରୋନା ମୁକାବିଲା ଦିଗରେ ଉଚିତ ପଦକ୍ଷେପ ପାଇଁ ଆଲୋଚନା କରାଯାଇଛି ।
