ଆସାମର ଦୁଇଟି ରାଜ୍ୟସଭା ଆସନ ହାତେଇଲା ବିଜେପି
ନୂଆଦିଲ୍ଲୀ : ଆସାମର ଦୁଇଟି ରାଜ୍ୟସଭା ଆସନ ହାତେଇଲା ବିଜେପି । ବିଜେପି କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ ଦେଇ ବିଜୟ ହାସଲ କରିଛି । ତେବେ ଗୋଟିଏ ଆସନରେ କଡା ଫାଇଟ୍ ହୋଇଥିବା ବେଳେ ଅନ୍ୟଟିରେ ବିଜେପି ନିର୍ବିରୋଧ ବିଜୟ ପାଇଛି । ତେବେ ସବୁଠାରୁ ବଡ କଥା ହେଲା ନିର୍ବାଚନରେ ଅନେକ କଂଗ୍ରେସ ବିଧାୟକ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାରେ ସାହାଯ୍ୟ କରିଥିଲେ ।ଫଳରେ ସେମାନଙ୍କୁ ଦଳରୁ ସସପେଣ୍ଡ୍ ହେବାକୁ ପଡିଛି ।
ନିର୍ବାଚନ ହୋଇଥିବା ଗୋଟିଏ ଆସନରେ ବିଜେପିର ପ୍ରାର୍ଥୀ ପବିତ୍ର ମାଗ୍ରୋରିଟା ବିଜୟ ଲାଭ କରିଥିଲେ । ଦ୍ୱିତୀୟ ଆସନ ପାଇଁ କଡା ମୁକାବିଲା ହେବା ନେଇ ଆଶା କରାଯାଉଥିଲା । ବିଜେପିକୁ ଏହି ଆସନରେ ସହଯୋଗୀ ଦଳ ୟୁପିପିଏଲର କେ ଆର ନରଜରୀରଙ୍କୁ ସମର୍ଥନ ମିଳିଥିଲା । ନରଜରୀଙ୍କ ବିରୋଧରେ ରିପୁନ ବୋରା ଠିଆ ହୋଇଥିଲା । ରିପୁନଙ୍କୁ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟର ସମର୍ଥନ ମିଳିଥିଲା ।ତେବେ ନରଜରୀ ନିର୍ବାଚନ ଜିତି ନେଇଥିଲେ । । ଦଳର ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଥିଲେ ଯେ, ଆସାମ ପାଇଁ ଏହା ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ମୋଦୀ ଆଫସାର ପରିଧିକୁ କମ୍ କରିଛନ୍ତି । ଏହା ବଦଳରେ ଆସାମର ଲୋକେ ବିଜେପିକୁ ଦୁଇଟି ରାଜ୍ୟସଭା ଏମପି ପ୍ରଦାନ କରିଛନ୍ତି । କଂଗ୍ରେସ ଓ ଏଆଇୟୁଡିଏଫ୍ ମେଣ୍ଟକୁ ଅପବିତ୍ର ବୋଲି କହିଥିଲେ ହିମନ୍ତ ।
