ସେବା ପକ୍ଷକୁ ତ୍ୱରାନ୍ୱିତ କରିବା ପାଇଁ ବିଜେପି ଜିଲା ସାଙ୍ଗଠନିକ ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲା ବିଜେପି କାର୍ଯ୍ୟାଳୟରେ ରବିବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ରହି ଅପେକ୍ଷିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ଦିନ ମାନଙ୍କରେ ହେବାକୁ ଥିବା କାର୍ଯ୍ୟକ୍ରମ ଯଥା ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ସ୍ୱଚ୍ଛତା ଅଭିଯାନ, ବୁଦ୍ଧିଜୀବୀ ସମ୍ମିଳନୀ, ପ୍ରଦର୍ଶନୀ, ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଜିଲାରେ ଚାଲିଥିବା ସେବା ପକ୍ଷର ସମୀକ୍ଷା, ଆଗାମୀ ଯୋଜନା ଓ ସାଙ୍ଗଠନିକ ସଂରଚନା ଉପରେ ଆଲୋଚନା ହୋଇଥିଲା । ସର୍ବଭାରତୀୟ ସଭାପତି ଜଗତ ପ୍ରସାଦ ନଡ୍ଡାଙ୍କ ଆଗାମୀ ଓଡ଼ିଶା ଗସ୍ତ ସମୟରେ ଜିଲାର ସାଙ୍ଗଠନିକ ପ୍ରଦର୍ଶନ ଓ ଯୋଜନା ଉପରେ ରୂପରେଖ ପ୍ରସ୍ତୁତ କରାଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଈଶ୍ୱର ବେହେରା ଓ ସୁନୀଲ କର, ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସତ୍ୟଜିତ ମିଶ୍ର, କରୁଣାକର ପଣ୍ଡା, ପ୍ରଦୀପ ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା, ରାଜେଶ ମହାପାତ୍ର, କମଳା ବିନ୍ଧାଣି, ରେଣୁ ବିଶ୍ୱାଳ, ସମସ୍ତ ଜିଲା ପଦାଧିକାରୀ, ମଣ୍ଡଳ ସଭାପତି, ପ୍ରଭାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
