ବିଜେପି ବାଲେଶ୍ୱର ଯୁବମୋର୍ଚ୍ଚା ପ୍ରଭାରୀଙ୍କୁ ବାଡ଼େଇ ବାଡ଼େଇ ହତ୍ୟା
ବାଲେଶ୍ୱର : ବିଜେପି ନେତାଙ୍କୁ ବାଡ଼େଇ ବାଡ଼େଇ ମାରିଦେଲେ । ଗାଡି ସାଇଡ ମରାକୁ କେନ୍ଦ୍ର କରି ବିଚ ରାସ୍ତାରେ ମାରିଦେଲେ ଦୁର୍ବୃତ୍ତ । ବିଜେପିର ବାଲେଶ୍ୱର ଜିଲା ଯୁବମୋର୍ଚ୍ଚା ପ୍ରଭାରୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ।
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଆସାହି ଗାଁରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା । ମୃତକ ହେଲେ ବିଜେପି ଯୁବ ମୋର୍ଚ୍ଚାର ବାଲେଶ୍ୱର ଜିଲା ପ୍ରଭାରୀ ରଂଜିତ ପ୍ରଧାନ । ନୁଆସାହି ସ୍ଥିତ ଶ୍ୱଶୁର ଘର ନିକଟରେ କାରରୁ ଘୋଷାରି ଆଣି ବାଡେଇ ବାଡେଇ ମାରିଲେ ୪ ଯୁବକ । କପ୍ତିପଦା ଥାନାରେ ଅଭିଯୋଗ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଚଳାଇଛି । .ଏବେବି ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଏବେସୁଦ୍ଧା ଗିରଫ କରି ନାହିଁ । ତେବେ କେବଳ ଗାଡି ସାଇଡ୍ ମରାକୁ ନେଇ ଏପରି ହତ୍ୟାକାଣ୍ଡ ହୋଇଛି ନା ନାହିଁ ସେଦିଗରୁ ମଧ୍ୟ ତଦନ୍ତ କରାଯାଉଛି ।

