ବିଜେପି ବିଧାନସଭା ସ୍ତରୀୟ ବୁଥ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ
ବାଲିଆପାଳ : ବାଲିଆପାଳ ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ଶୁକ୍ରବାର ବିଜେପି ବସ୍ତା ବିଧାନସଭା ସ୍ତରୀୟ ବୁଥ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବିଜେପି ଜିଲ୍ଲା ଉପସଭାପତି ମନୋଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଂଗଠନ ସମ୍ପାଦକ ଶାରଦା ଶତପଥୀ ଯୋଗଦେଇ ଉଦଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ବୁଥ ସଶକ୍ତ ହେଲେ ଦଳ ଶକ୍ତିଶାଳୀ ହେବ।୨୦୨୪ ନିର୍ବାଚନରେ ବିଜେପି ନିଶ୍ଚିତ ଭାବେ ରାଜ୍ୟ ଦଖଲ କରିବ। ରାଜ୍ୟ ସରକାର ଦୁର୍ନୀତି ଭ୍ରଷ୍ଟାଚାର ରେ ବୁଡି ରହିଥିବାବେଳେ ନିଜ ମନ୍ତ୍ରୀଙ୍କୁ ବି ସୁରକ୍ଷା ଦେଇ ପାରିଲେ ନାହିଁ।ନିଜର ପୁଲିସକୁ ଲଗାଇ ମାରିଦେଲେ।ଏପରି ଦୁର୍ନୀତିଗ୍ରସ୍ତ ସରକାରକୁ ବଦଳାଇବା ପାଇଁ ସାଧାରଣ ଲୋକଙ୍କ ଭିତରେ ମନେ ମନେ ସ୍ଥିର କରିସାରିଲେଣି।ଏପରି ଭ୍ରଷ୍ଟାଚାରୀ ସରକାରଙ୍କୁ ହଟାଇବା ପାଇଁ ପ୍ରାଣମୋର୍ଚ୍ଛା ଉଦ୍ୟମ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ଵାନ ଦେଇଥିଲେ।ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅରବିନ୍ଦ ବେହେରାଙ୍କ ପରିଚାଳନରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଯୋଗଦେଇ ନିର୍ବାଚନକୁ ଜିତିବାକୁ ହେଲେ ବୁଥକୁ ଜିତିବାକୁ ପଡିବ। ଜିଲ୍ଲାର ୧୮୮୭ ବୁଥକୁ କିପରି ଶକ୍ତିଶାଳୀ କରାଯିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇ ମଣ୍ଡଳ ଠାରୁ ଶକ୍ତିକେନ୍ଦ୍ର ଓ ବୁଥ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ କର୍ମଶାଳା କରାଯିବ ବୋଲି କହିଥିଲେ।କର୍ମଶାଳାରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବସ୍ତା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ତଥା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।ଜିଲ୍ଲା ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।,ନଦୀସୁରକ୍ଷ ସମିତି ରାଜ୍ୟ ସହ ସଂଯୋଜକ ଅଜୟ କୁମାର ସାହୁ,ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବାଲିଆପାଳ ବ୍ଲକ ପ୍ରତିନିଧି ମହେଶ୍ୱର ଜେନା,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାସୁଦେବ ପଣ୍ଡା,ରବୀନ୍ଦ୍ର କୁମାର ଜୈନ,ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ,ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ମାଳତୀ ନାୟକ ପ୍ରମୁଖ ଯୋଗଦେଇ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ।କର୍ମଶାଳାରେ ବାଲିଆପାଳ ମଣ୍ଡଳ ସଭାପତି କମଳଲୋଚନ ଦତ୍ତ,ଖପରାପଦା ମଣ୍ଡଳ ସଭାପତି ଲକ୍ଷ୍ମୀଧର ପ୍ରଧାନ,
ଲଙ୍ଗଳେଶ୍ୱର ମଣ୍ଡଳ ସଭାପତି ଗଗନ ଜେନା,କାଳିପଦା ମଣ୍ଡଳ ସଭାପତି ସତ୍ୟାନନ୍ଦ ମହାନ୍ତି,ବସ୍ତା ମଣ୍ଡଳ ସଭାପତି ରଞ୍ଜନ କୁମାର ମହାନ୍ତି, ଦରଡ଼ା ମଣ୍ଡଳ ସଭାପତି ବସନ୍ତ କୁମାର ବାରିକ,ବାସୁଦେବ ପଣ୍ଡା,ଭୃଗୁରାମ ବିଶ୍ୱାଳ,ଶିବଶଙ୍କର ପ୍ରଧାନ,ଗୁଣାକର ପରିଡାଙ୍କ ସହିତ ସମସ୍ତ ମଣ୍ଡଳ ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ ଓ ସକ୍ରିୟ ସଦସ୍ୟ ମାନେ ଯୋଗଦେଇ ମତପ୍ରଦାନ କରିଥିଲେ।
