୪୩ ନମ୍ବର ଜୋନରେ ବିଜେଡି ଜନ ସଂପର୍କ ପଦଯାତ୍ରା
ସୋର: ଆଜି ସୋର ବ୍ଲକ ମଣ୍ଡଳୀ ୪୩ ନମ୍ବରରେ ବିଜେଡି ତର‘ରୁ ଏକ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସେବାର ୨୫ ବର୍ଷ ପପୂର୍ତ୍ତି ଅବସରରେ ଏହି ପଦଯାତ୍ରା ଜଡ଼ିଦା ପଞ୍ଚୟତରୁ ବାହାରି ମହୁମୁହାଣ ପଞ୍ଚାୟତ ବାଗୁଡ଼ି ମହାବୀର କ୍ରିକେଟ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିଲା । ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ନେତୃତ୍ୱରେ ଏହି ଜନ ସଂପର୍କ ପଦଯାତ୍ରାରେ ଅଶୋକ ନାୟକ, ସୁକାନ୍ତ ମିଶ୍ର, ଜୟନ୍ତ ସ୍ୱାଇଁ, ବ୍ଲକ ଅ୍ମକ୍ଷା ଅନୁସୂୟା ମଳିକ, ଉପା୍ମକ୍ଷ ଭ୍ରମରବର ନାୟକ, ଜିଲାପରିଷଦ ସଭ୍ୟା ରେବତୀ ନାୟକ, ମହୁମୁହାଣ ସରପଞ୍ଚ ଗଦାଧର ମହାପାତ୍ର, ସମିତିସଭ୍ୟା ମୋନାଲିସା ପୃଷ୍ଟି, ଏବଂ ସରୋଜ ମହାପାତ୍ର, ସୁଲୋଚନା ବେହେରା, ବନୀତା ପଣ୍ଡା, ସସ୍ମିତା ବେହେରା, ଅନାଦି ସାମଲ, ପ୍ର‘ୁଲ୍ଲ ସେଠୀ, ମାଣିପୁର, ଆଟପୁର, ଜଡ଼ିଦା, ଗୋପୀନାଥପୁର, ଶିଙ୍ଗାଖୁଣ୍ଟା, ମାଣିତ୍ରୀ, ମହୁମୁହାଣ ପଞ୍ଚାୟତର ବହୁ ମହିଳା ଓ ପୁରୁଷ କର୍ମୀ ଯୋଗଦେଇଥିଲେ ।
