ଦହପଡ଼ାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଦହପଡ଼ା ପଂଚାୟତରେ ବିଜ ଜନତା ଦଳ ପକ୍ଷରୁ ଶୁକ୍ରବାର ସକାଳେ ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ରେମୁଣା ବ୍ଲକ ଚେୟାରମ୍ୟାନ୍ ରାଜେନ୍ଦ୍ର ରାଉତ, ଭାଇସ୍ ଚେୟାରମ୍ୟାନ ସୁମତୀ ବେହେରା, ୩୯ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ କବିତା ପାଣି, ସ୍ଥାନୀୟ ସରପଂଚ ପ୍ରଣତୀ ଜେନା, ପଂଚାୟତ ସଭାପତି ସୁଦର୍ଶନ ବେହେରା, ସମିତିସଭ୍ୟ ରବୀନ୍ କୁମାର ପ୍ରଧାନ, ବିଜୁ ଯୁବ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ମନୋରଞ୍ଜନ ଦାସ, ବିଜ ଯୁବ ଜନତା ଦଳ ପଂଚାୟତ କମିଟି ସଭାପତି ଶେଖ୍ ଅବଦୁଲ୍ ରେହେମାନ୍, ଦଳର ବ୍ଲକ ସଭାପତି ହିମାଂଶୁ ମହାନ୍ତି, ମିଥୁନ୍ ଦାସ, ଲୋଚନ ଦାସ, ପ୍ରଦୀପ ଦାସ, ସଞ୍ଜୀବ ଦାସ, ଅଶୋକ ପ୍ରଧାନ ପ୍ରମୁଖ ସାନଦହପଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ନିକଟରୁ ବାହାରି ବଡ଼ଦହପଡ଼ା କ୍ଲବ ପର୍ଯ୍ୟନ୍ତ ଆସିଥିଲେ । ଦଳୀୟ ନେତା, ବିଧାୟକ, କର୍ମକର୍ତା ଓ କର୍ମୀମାନେ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ସ୍ଲୋଗାନ୍ ଦେଇଥିଲେ ।
