ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ଜନ୍ମ ଦିନ ପାଳନ
ଯାଜପୁର : ଯାଜପୁରର ଅଗ୍ରଣ ସ୍ୱେଚ୍ଛାସେବୀ ତଥା ସାଂସ୍କୃତିକ ସଂଗଠନ ଅନ୍ୱେଷଣ ଥିଏଟର ଗ୍ରୁପର ସପନପୁର ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ମାସିକିଆ ବୈଠକ ଅନୁଷ୍ଠିତ ହୋଇଅଛି । ଉକ୍ତ ବୈଠକରେ ଅନୁଷ୍ଠାନର ତିନିଜଣ ସଦସ୍ୟଙ୍କ ଜନ୍ମଦିନ ଉପଲକ୍ଷେ ଜନ୍ମଦିନ ପାଳନ କରାଯାଇଛି । ଅନୁଷ୍ଠାନର ସଭାପତି ବୃନ୍ଦାବନ ମିଶ୍ରଙ୍କ ସଭାପତିତ୍ୱରେ ଯୁବମହୋତ୍ସବରେ ଅଭିନୟ କରି ସମ୍ପର୍କରେ ଉପସଭାପତି ଉପେନ୍ଦ୍ର ଜେନା ଆଲୋଚନା କରିଥିଲେ । ଅନୁଷ୍ଠାନର ନାଟ୍ୟ ନିର୍ଦ୍ଦେଶକ ଅନିଲ ଜେନା ସବିଶେଷ ଆଲୋଚନା କରିଥିଲେ । ଅନୁଷ୍ଠାନର ସଦସ୍ୟ ଶିକ୍ଷାୟିତ୍ରୀ ତଥା ଗୀତିକାର ଲକ୍ଷ୍ମୀପ୍ରିୟା ରାଉତରାୟ, ମୋନାଲିସା ଓଝା, ଶିଶୁ କଳାକାର ଯଶୋଦା ପାତ୍ର (ରୀନା)ର ଜନ୍ମଦିନ ପଡୁଥିବାରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପଦେଷ୍ଟା ତଥା ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁ, ଏସ.କେ.ଚାନ୍ଦ, ସୁରଜ କୁମାର ପଣ୍ଡା, ଧନଞ୍ଜୟ ପୃଷ୍ଟି, ସ୍ମରଜିତ ମହାନ୍ତି, ଧନଞ୍ଜୟ ନାୟକ, ସ୍ୱାତି ପଣ୍ଡା, ଅଚୁତାନନ୍ଦ ସ୍ୱାଇଁ, ମୋନାଲିସା ଓଝା, ତପସ୍ୱିନୀ ମଲ୍ଲିକ, ତାରାକାନ୍ତ ମଲ୍ଲିକ, ନିରଂଜନରାଉତ ପ୍ରମୁଖ ଯୋଗଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଅନୁଷ୍ଠାନର କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ପ୍ରିୟଙ୍କା ସାହୁ ସଂଗଠନରେ ଯୋଗ ଦେଇଛନ୍ତ ।
