ବିନୟ ମୋହନ କ୍ୱାତ୍ରା ହେବେ ବିଦେଶ ସଚିବ
ନୂଆଦିଲ୍ଲୀ : ନେପାଳରେ ଭାରତର ରାଜଦୁତ ବିନୟ ମୋହନ କ୍ୱାତ୍ରା ଆଗକୁ ବିଦେଶ ସଚିବ ହେବେ ଏବଂ ସେ ୩୦ ଅପ୍ରେଲରେ ହର୍ଷବର୍ଧନ ଶୃଙ୍ଗଲାଙ୍କ ସେବାରୁ ନିବୃତ ହେବା ପରେ ସେ ପଦଭାର ସମ୍ଭାଳିବେ । କେନ୍ଦ୍ରୀୟ ମନ୍ତ୍ରୀ ମଂଡଳର ନିଯୁକ୍ତି ମାମଲାରେ ସମିତି ବିଦେଶ ସଚିବଙ୍କ ସପକ୍ଷରେ ତାଙ୍କ ନାମକୁ ମଂଜୁର ଦେଇଛନ୍ତି ।
ବିନୟ ମୋହନ କ୍ୱାତ୍ରା ୧୯୮୪ରେ ୧୯୮୪ ବ୍ୟାଚ୍ର ଭାରତୀୟ ବିଦେଶ ସେବାର ଅଧିକାରୀ ଅଟନ୍ତି । ତାଙ୍କର ବିଦେଶ ସେବା କ୍ଷତ୍ରରେ ୩୨ ବର୍ଷର ଅଭିଜ୍ଞତା ରହିଛି । ନେପାଳ ରାଜଦୁତ ହେବା ପୂର୍ବରୁ ସେ ୨୦୧୭ ରୁ ୨୦୨୦ ପର୍ଯ୍ୟନ୍ତ ପ୍ରାନସ୍ରେ ସେ ଭାରତୀୟ ରାଜଦୁତ ଭାବରେ କାମ କରିଛନ୍ତି ।
