ବାଲେଶ୍ୱର : ଇଦ ମିଲାଦୁନ ନବୀ ଅବସରରେ ବାଇକ୍ ଶୋଭାଯାତ୍ରା, ସନ୍ଧ୍ୟାରେ ବାହାରିଲା ଜୁଲୁସ
ବାଲେଶ୍ୱର : ବାଲେଶ୍ୱରରେ ଇସଲାମ ଧର୍ମର ପ୍ରବର୍ତ୍ତକ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିବସକୁ ଇସଲାମ ଧର୍ମଲମ୍ବୀ ମାନେ ଇଦ ମିଲାଦୁନ ନବୀ ଭାବେ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଦିବସ ବ୍ୟାପୀ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି ।
ପ୍ରାରମ୍ଭରେ ବିଧାୟକ ସ୍ୱରୂପ କୁମାର ଦାସ ଉପସ୍ଥିତ ହୋଇ ସମସ୍ତଙ୍କୁ ଇଦ ମିଲାଦୁନ ନବୀର ଶୁଭେଚ୍ଛା ଜଣାଇଥିଲେ । ପୂର୍ବାହ୍ନ ୭ଟା ସମୟରେ ଦରଘା ମୈଦାନରୁ ଏକ ବାଇକ ଶୋଭାଯାତ୍ରା ସହ ପଦ ଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ହେମକାପଦା, ଗଡ଼ଗଡିଆ, ବେବିଲୋନ ଛକ, ପଢୁଆଁପଦା, ପୋଲିସ ଲାଇନ ଟ୍ରାଫିକ ଛକ, ଷ୍ଟେସନ ଛକ, ଓଭରବ୍ରିଜ, ବସ୍ଷ୍ଟାଣ୍ଡ, ମାଲଗୋଦାମ, ହରିପୁର ଛକ, ଦର୍ଜୀ ପୋଖରୀ, ଗଳାପୋଲୋ, ନେଳିଆବାଗ, ଚିଡ଼ିଆପୋଲୋ, ସିନେମା ଛକ ଥାନା ଛକ, ହାଣ୍ଡି ଗଳି, ମାଷ୍ଟର ମିଲ୍ଲ. ପୁଲ ବଜାର, ଖ୍ୱଜା ବାଗ, ମଧୁଆ ମିଲ୍ ଛକ, ଭୁଜାଖିଆ ପୀର, ସୁନହଟ ଛକ, ବଙ୍କାଖେଜୁର ଛକ ଦେଇ ଗଳାପୋଖରୀ ନିକଟରେ ପହଞ୍ଚିଥିଲା । ଇସଲାମ ଧର୍ମର ପ୍ରବର୍ତ୍ତକ ମହମ୍ମଦଙ୍କ ଶାନ୍ତି ମୈତ୍ରୀ ଓ ଭାତୃତ୍ୱ ଭାବର ବାର୍ତ୍ତାକୁ ଲୋକଙ୍କ ମଧ୍ୟରେ ପହଞ୍ଚାଇବା ଲାଗି ଏଭଳି ଶୋଭା ଯାତ୍ରାର ଆୟୋଜନ ହୋଇଥିଲା ବୋଲି ଆୟୋଜକ ମାନେ ଦର୍ଶାଇଛନ୍ତି । ସେହିପରି ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ମହାପୁରୁଷ ମହମ୍ମଦଙ୍କ ବିଭିନ୍ନ ବାଣୀକୁ ନେଇ ସୁସଜ୍ଜିତ ତୋରଣ (ଜୁଲୁସ) ସହର ପରିକ୍ରମା କରିଥିଲା । ମିର ଅବଦୁଲ ମଜିଦ, ସେଖ ସରିଫ ମହମ୍ମଦ, ସେଖ ଅନସର ଅଲି, ହାଇଦର ଖାନ, ସେଖ ରାଜାବ ଅଲି, ସେଖ ଅସଗାର, ସେଖ ଆଲାମ ପ୍ରମୁଖ ସହଯୋଗ କରିଥିଲେ ।
