ବାଇକ ଧକ୍କା : ଜଣେ ମୃତ, ଜଣେ ଗୁରୁତର
ଜୟପୁର : ଜୟପୁର ଏଲଆଇସି ଅଫିସ ସମ୍ମୁଖରେ ୨ଟି ବାଇକ ଧକ୍କା ହୋଇଛି । ଫଳରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲାର ରାଜେଶ କୁମାର ନାୟକ । ଓ ଆହାତ ଜଣକ ହେଉଛନ୍ତ ଖ୍ରୀଷ୍ଟିଆନପେଟାର ପ୍ରବାସୀ ନାଗ । ପୋଲିସ ସୁଚନା ଅନୁଯାଇ ଜୟପୁର ଏଲଆଇସି ଅଫିସ ସମ୍ମୁଖରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା । ବସଟି ବୋରିଗୁମ୍ମା ଅଭିମୁଖେ ଯାଉଥିବା ବେଳେ ଗୋଟିଏ ବାଇକ ବସ ପଛ ପଟେ ଆସି ବସକୁ ଓଭର ଟେକ କରି ଯାଉଥିବା ବେଳେ ସମ୍ମୁଖ ପଟେ ଆସୁଥିବା ଆନ୍ୟ ଏକ ବାଇକକୁ ଧକ୍କା ଦେଇଥିଲା ଫଳରେ ବାଇକ ଚାଳକ ବସ ଚକା ତଳେ ପଡି ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଜୟପୁର ଜିଲା ଚିକିତ୍ସାଳୟ କୁ ନିଆଯାଇଥଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନନ୍ତର କରାଯାଇଥିଲା । ଜୟପୁର ଟାଉନ ପୋଲିସ ପହଂଚି ତଦନ୍ତ ଆରମ୍ଭ କରି ଥିବା ଟାଉନ ଥାନା ଅଧିକାରି ସମ୍ବିତ କୁମାର ବେହେରା ସୁଚନା ଦେଇଛନ୍ତି ।
