ବାଲେଶ୍ୱର : ବିଜୁ ଛାତ୍ର ଜନତା ଦଳ ଜିଲାସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ ସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଜିଲା କାର୍ଯ୍ୟାଳୟରେ ଗୁରୁବାର ଏକ ଜିଲାସ୍ତରୀୟ କର୍ମକର୍ତ୍ତା, ବ୍ଲକ ସଭାପତି ଏବଂ ମୁନିସିପାଲିଟି ସଭାପତି, ଡିଜିଟାଲ ସେକ୍ରେଟାରୀ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜିଲା ବିଜେଡି ସଭାପତି ତଥା ପୂର୍ବତନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରନେତା ମାନେ କିଭଳି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ପଞ୍ଚାୟତ ଏବଂ ୱାର୍ଡ଼ସ୍ତରରେ ପହଞ୍ôଚବ ସେ ବିଷୟରେ ଉପଦେଶ ଦେଇଥିଲେ । ସେହିପରି ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଜିଲା ଛାତ୍ର ପର୍ଯ୍ୟବେକ୍ଷକ ସମ୍ବିତ ବେହେରା ଉଦ୍ବୋଧନ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲିଖିତ ଯୁଗରନଟ ପୁସ୍ତକ ଏବଂ ବିଜୁ ବାବୁଙ୍କ ଉପରେ ପ୍ରସ୍ତୁତ ଦା ଟଲମେନ ପୁସ୍ତକ ଛାତ୍ର ନେତାମାନଙ୍କୁ ପ୍ରଦାନ କରିଥିଲେ ।
ସୂଚନା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ୫ ଅଗଷ୍ଟରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଛାତ୍ର ଜନତା କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହେଉଅଛି । ଏହି ପରିପ୍ରେକ୍ଷୀରେ ଆଜିର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଜିଲାର ସମସ୍ତ ବ୍ଲକରେ ୬ ତାରିଖ ଶୁକ୍ରବାର ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ବିଜୁ ଛାତ୍ର ଜନତା ଦଳ ତରଫରୁ ସୂଚନା ଦିଆଯାଇଛି ।

