ଏସଟିଏଫକୁ ବଡ ସଫଳତା : ୨କୋଟି ୪୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ
ଭୁବନେଶ୍ୱର : ଭୁବନେଶ୍ୱରର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍) ପଞ୍ଝାରେ ଧଳାଜହର ବେପାରୀ । ବାଲେଶ୍ୱର ଜିଲା ଜଳେଶ୍ୱରରୁ ୨ କିଲୋ ୪୦୨ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ଏହି ମାମଲାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ଏସଟିଏଫ୍ ଦ୍ୱାରା ଜଳେଶ୍ୱର ମାର୍କେଟରେ ଚଢାଉ କରାଯାଇଥିଲା। ସେଠାରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ୍ ଟିମ୍ ୨ କିଲୋ ୪୦୨ ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା। ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତ ହେଲା ମମତାଜ୍ ଖାନ୍। ତାର ଘର ଜଳେଶ୍ୱର ଥାନା ଅଞ୍ଚଳରେ। ଅପରପକ୍ଷରେ ଅନ୍ୟତମ ଅଭିଯୁକ୍ତ ଉଦୟନାଥ ରଥର ଘର ଜଗତସିଂହପୁର ଥାନା ଅଞ୍ଚଳରେ ଓ ପ୍ରଦୀପ କୁମାର ଦାସର ଘର କଟକ ଜିଲା ବୟାଳିଶିମୌଜା ଅଞ୍ଚଳରେ ବୋଲି ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୨ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
