ତାଲିବାନକୁ ବଡ ଝଟକା : ବଗଲାନରେ ୩୦୦ ମୃତ!
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ସରକାର ଗଠନ ନେଇ ତାଲିବାନ କସରତ ଚଳାଇଥିବା ବେଳେ ପଞ୍ଜଶିରରେ କଡ଼ା ବିରୋଧର ସାମନାକୁ କରିବାକୁ ପଡ଼ିଛି । ପଞ୍ଜଶିର ଦ୍ୱାର ଦେଶରେ ପହଞ୍ଚି ଧସେଇ ପଶିବାକୁ ଉଦ୍ୟମ ବେଳେ ୩୦୦ ଶହ ତାଲିବାନୀଙ୍କୁ ହତ୍ୟା କରିଛନ୍ତି ତାଲିବାନ ବିରୋଧୀ । କିଛି ତାଲିବାନୀଙ୍କୁ ନିଜ କବଜାକୁ ବି ନେଇଯାଇଥିବା କୁହାଯାଉଛି । ପଞ୍ଜଶିର ଅନ୍ତର୍ଗତ ବଘଲାନର ଅନ୍ଦ୍ରାବରେ ତାଲିବାନଙ୍କ ଉପରେ ବରୋଧୀ ଶକ୍ତି ବଡ଼ ହମଲା କରିଥିବା ସୂଚନା ମିଳିଛି । ଯେଉଁଥିରେ ଅତି କମରେ ୩୦୦ ତାଲିବାନୀଙ୍କ ଜୀବନ ଯାଇଛି ।
ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଶାହା ମସୁଦଙ୍କ ଯୋଦ୍ଧାମାନେ ଘାଟିକୁ ତାଲିବାନ ହାତକୁ ନଦେବାକୁ ନିଷ୍ପତ୍ତି କରି ଜଗି ବସିଛନ୍ତି । ଫଳରେ ତାଲିବାନୀ ସହ ସେମାନଙ୍କ ମୁହାଁମୁହିଁ ସ୍ଥିତି ଉପୁଜିଛି । ତାଲିବାନ କରୀ ଫସୀହୁଦ ଦୀନହାଫିଜୁଲ୍ଲାହଙ୍କ ନେତୃତ୍ୱରେ ପଂଜଶୀର ଉପରେ ଆକ୍ରମଣ କରିବାକୁ ଶତାଧିକ ଲଢୁଆଙ୍କୁ ପଠାଇଥିଲା । କିନ୍ତୁ ବଗଲାନ ରାଜ୍ୟର ଅନ୍ଦରାବ ଘାଟୀରେ ଅଙ୍କୁଶ ଲଗାଇ ବସିଥିବା ପଂଜଶୀରର ବିଦ୍ରୋହୀମାନେ ଆକ୍ରମଣ କରିଦେଇଛନ୍ତି । ଏହି ଆକ୍ରମଣରେ ପ୍ରାୟ ୩୦୦ ତାଲିବାନୀଙ୍କ ମୃତ୍ୟୁ ହୋଇଛି । ଏହା ଦ୍ୱାରା ତାଲିବାନର ଯୋଗାଣ ମାର୍ଗ ମଧ୍ୟ ବ୍ଲକ ହୋଇଯାଇଛି । ଜେନେରାଲ ବିସ୍ମିଲ୍ଲାହ ମହମ୍ମଦଙ୍କ ଘୋଷଣା ତାଲିବାନ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି । ପଂଜଶୀରରେ ସେନା ତାଲିବାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ । ଏନେଇ ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲେହଙ୍କ ଟ୍ୱିଟ୍ ବି ହମଲା ନେଇ ଇସାରା କରୁଛି । ସେ ଟ୍ୱିଟ୍ କରି ଲେଖିଛନ୍ତି, ତାଲିବାନଙ୍କ ଉପରେ ଯେବେ ବଡ଼ ହମଲା ପରେ ଜଣେ ବି ଜୀବନ ବଞ୍ଚାଇ ଯିବା ମୁସ୍କିଲ ଥିଲା । ଏବେ ପଞ୍ଜଶିରରେ ତାଲିବାନୀ ଯୋଦ୍ଧାଙ୍କ ସଂଖ୍ୟା ବଢ଼ିଛି । ପଞ୍ଜଶିରରେ ତାଲିବାନ ବିରୋଧୀ ଶକ୍ତିର ନେତୃତ୍ୱ ନେଉଛନ୍ତି ମୁଜାହିଦ୍ଦିନ ମୁଖ୍ୟ ଅହମ୍ମଦ ଶାହ ମସୁଦଙ୍କ ପୁଅ ଅହମ୍ମଦ ମସୁଦ । ଏଯାଏ କେବେବି ତାଲିବାନୀ ପଞ୍ଜଶିରରେ ପ୍ରବେଶ କରି ପାରି ନାହାନ୍ତି । ଅହମ୍ମଦ ମସୁଦ କହିଛନ୍ତି, କୌଣସି ବି ପରିସ୍ଥିତିରେ ତାଲିବାନୀଙ୍କୁ ସେ ସ୍ୱପ୍ନ ପୂରା ହେବନି । ସେ ଯୁଦ୍ଧ ଚାହୁଁ ନାହାନ୍ତି । କିନ୍ତୁ ତାଲିବାନୀଙ୍କ ସହ ଆଲୋଚନା ନିସ୍ଫଳ ରହିଲେ ଯୁଦ୍ଧ ଆଶଙ୍କା ବି ଏଡ଼ାଇ ହେବନି ବୋଲି ଚେତେଇ ଦେଇଛନ୍ତି ଅହମ୍ମଦ ମସୁଦ । ତାଲିବାନ ନେତା ଜାଣି ସାରିଲେଣି ବିା ପଞ୍ଜଶିରରେ ଆଫଗାନିସ୍ତାନରେ ସରକାର ଚଳାଇବା ସେମାନଙ୍କ ପାଇଁ ମୁସ୍କିଲ ହେବ ।
ସୂଚନା ଯେ, ତାଲିବାନୀମାନେ ପଂଜୀଶରକୁ ନିଜ ଅକ୍ତିଆର କରିବା ସହଜ ନୁହେଁ । ତାଲିବାନୀ ସେନା ଅଳ୍ପ ଦିନ ଭିତରେ ଆଫଗାନିସ୍ତାନର ପଂଜୀଶରକୁ ଛାଡ଼ି ଅନ୍ୟ ୩୩ଟି ରାଜ୍ୟକୁ ନିଜର ଅଧିନକୁ ନେଇଯାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପଞ୍ଜିଶରରେ ପ୍ରବେଶ କରିପାରି ନାହାନ୍ତି । କାରଣ କାରଣ ତାଲିବାନୀଙ୍କୁ ମୁକାବିଲା କରିବା ପାଇଁ ପଞ୍ଜିଶରରେ ୧୦ ହଜାର ସୈନିକ ମୁତୟନ ଅଛନ୍ତି । ବଗଲାନ ଅଞ୍ଚଳରେ ୩ ଟି ଜିଲ୍ଲାକୁ ଦଖଲ ନକରିପାରି ଫେରିଥିବା ତାଲିବାନୀମାନେ ପୁଣିଥିରେ ସେହି ଅଞ୍ଚଳକୁ ଦଖଲ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ମାସୁଦଙ୍କୁ ସରେଣ୍ଡର ପାଇଁ ତାଲିବାନୀ ଚେତାବନୀ ଦେଇଛନ୍ତି । କିନ୍ତୁ ସେ ବାପାଙ୍କ ପଦାଙ୍କ ଅନୁସରଣ କରିବେ ଏବଂ ତାଲିବାନଙ୍କ ନିକଟରେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିବା ସହ ନିହତ ତାଲିବାନ-ବିରୋଧୀ ସଂଗ୍ରାମୀଙ୍କ ପୁତ୍ର ତଥା ‘ନ୍ୟାସ୍ ନାଲ୍ ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍ ଅଫ୍ ଆଫଗାନିସ୍ତାନ’ର ନେତା ଅହମଦ୍ ମାସୁଦ୍ । ସେ ଫ୍ରାନ୍ସ୍ , ୟୁରୋପ୍, ଆମେରିକା ଏବଂ ଆରବ ଦେଶମାନଙ୍କୁ ଏ ସଂଗ୍ରାମରେ ତାଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।
