ଗ୍ରାହକଙ୍କୁ ବଡ଼ ଝଟକା! ଆହୁରି ମହଙ୍ଗା ହେବ ମୋବାଇଲ ରିଚାର୍ଜ
ନୂଆଦିଲ୍ଲୀ : ଗ୍ରାହକଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟକା । ଆହୁରି ମହଙ୍ଗା ହେବ ମୋବାଇଲ ରିଚ୍ଚାର୍ଜ । ୨୦୨୨ରେ ପୁଣି ଥରେ ବଢ଼ିବ ଦାମ୍ । ଟେଲିକମ୍ କମ୍ପାନିଗୁଡ଼ିକ ଚଳିତବର୍ଷ ଆଉ ଥରେ ରିଚାର୍ଜ ଦାମ୍ ବଢ଼ାଇବା ବିଷୟରେ ଆଲୋଚନା କରୁଛନ୍ତି । ଏନେଇ ଏୟାରଟେଲ୍ର ସିଇଓ ଗୋପାଳ ଭିଟ୍ଟଲ ସୂଚନା ଦେଇଛନ୍ତି । ଗ୍ରାହକ ସଂଖ୍ୟାରେ ବୃଦ୍ଧି ଓ ବଜାରରେ ରହିଥିବା ପ୍ରତିଦ୍ୱନ୍ଦ୍ୱିତାକୁ ବିଚାରକୁ ନେଇ କମ୍ପାନଗୁଡ଼ିକ ରିଚାର୍ଜ ମୂଲ୍ୟ ବଢ଼ାଇବେ । ଆଗୁଆ ଟାରିଫ୍ ବଢ଼ାଇବା ଲାଗି ଆମେ କୁଣ୍ଠା ପ୍ରକାଶ କରିବୁ ନାହିଁ ବୋଲି ଭିଟ୍ଟଲ କହିଛନ୍ତି ।
ସେ କହିଛନ୍ତି ଯେ ଖର୍ଚ୍ଚର ଚାପ ଓ ୫ଜି ସେବା ଲାଗି ପାଣ୍ଠି ଯୋଗାଡ଼ କରିବା ପାଇଁ ଟାରିଫ୍ ଦାମ୍ ବଢ଼ାଇବାକୁ ହେବ । ବର୍ତ୍ତମାନ ଗ୍ରାହକ ପିଛା ମାସିକ ରାଜସ୍ୱ ୧୬୩ ଟଙ୍କା ସ୍ତରରେ ରହିଛି । ତାହାକୁ ୨୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ ସେ ଚାହୁଛନ୍ତି । ଗତବର୍ଷ ନଭେମ୍ବରରେ ପ୍ରଥମ କମ୍ପାନି ଭାବେ ଏୟାରଟେଲ୍ ଏହାର ରିଚାର୍ଜ ମୂଲ୍ୟ ବଢ଼ାଇଥିଲା । ଏହାପରେ ଭୋଡାଫୋନ୍ ଆଇଡିଆ ଓ ରିଲାଏନ୍ସ ଜିଓ ସେଭଳି ପଦକ୍ଷେପ ଗ୍ରହଣ କରିଥିଲେ ।
