ଖୋର୍ଦ୍ଧା ଜିଲ୍ଳାରେ ପୁରୁଷ ହକି ବିଶ୍ୱକପକୁ ଭବ୍ୟ ସମ୍ବର୍ଦ୍ଧନା
ଖୋର୍ଦ୍ଧା : ସୋମବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ପଂଚାୟତ ସମିତି ଠାରେ ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ନୟାଗଡ ଜିଲ୍ଲାରୁ ସମ୍ମାନର ସହ ସ୍ୱାଗତ କରାଯାଇଛି । ତେବେ ପୂର୍ବ ପ୍ରସ୍ତୁତି ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସହର ପରିକ୍ରମା କରାଯାଇଛି ।ବୋଲଗଡ ପଂଚାୟତ ସମିତିରେ ଏହାକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ପରେ ପରେ ଟ୍ରଫି ଗାଡି କୁ ଖୋର୍ଦ୍ଧାର ଚଣ୍ଡି ଚୁଆଁ ଛକ ଠାରୁ ଟାଉନ ହଲ ଅଭିମୁଖେ ଦୂଲଦୁଲି, ପାଇକ ନାଚ, ସଂକୀର୍ତନ ଦଳ, ଘୋଡାନାଚ, ଆତସ ବାଜି ଆଦି ପ୍ରଦର୍ଶନ କରାଯାଇ ବିରାଟ ପଟୁଆରରେ ଅଣାଯାଇଥିଲା । ଏଥିରେ ଜିଲ୍ଲାର ସମସ୍ତ ଅଧିକାରୀ, ସ୍କୁଲ, କଲେଜ, ସ୍ୱୟଂ ସହାୟକ ମହିଳା, ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ । ପରେ ଟାଉନ ହଲ ଅଭିମୁଖେ ଯାତ୍ରା ଚାଲୁ ରହିଥିଲା । ତେବେ ଅପରାହ୍ନରେ ଟାଉନ ହଲ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ପରେ ସାଂସ୍କୃତିକ କାର?୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ, କେ. ସୁଦର୍ଶନ ଚକ୍ରବର୍ତୀ,ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ, ସାଫଲ୍ୟ ମଣ୍ଡିତ ପ୍ରଧାନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଦିଗନ୍ତ ରାଉତରାୟ, ଉପ -ଜିଲ୍ଲାପାଳ, ଦୀପ୍ତି ରଞ୍ଜନ ସେଠି, ତହସିଲଦାର,ବି. ଡି. ଓ , ମେଡ଼ିଆ ବନ୍ଧୁ,ଏସ. ଏଚ. ଜି. ମହିଳା , ଜନ ସାଧାରଣ ବିପୁଳ ସଂଖ୍ୟା ରେ ଯୋଗ ଦେଇ ଥିଲେ ।ମଞ୍ଚାସିନ ସମସ୍ତ ଅତିଥି ସେମାନଙ୍କ ବକ୍ତବ୍ୟ ରଖିବା ପରେ ଧନ୍ୟବାଦ ପୂର୍ବକ ସଭା ସାଙ୍ଗ କରାଯାଇଥିଲା । ପରେ ଅପ୍ରହ ୪ଟାରେ ଜିଲ୍ଲାପାଳଙ୍କ କାର?୍ୟ୍ୟାଳୟ ଅଭିମୁଖେ ବିରାଟ ପଟୁଆରରେ ବାହାରି ପରେ ଅରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପହଂଚି ଥିଲେ ।ପରେ ପରେ ଟ୍ରଫି କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜଟଣୀ ଓ ବି. ଡି. ଓ, ଜଟଣୀ ସନ୍ଧ୍ୟା ସମୟରେ କୁଡିଆରୀ ବଜାର ପର?୍ୟ୍ୟନ୍ତ ବିଶ୍ୱକପ ହକି ଟ୍ରଫିକୁ ପୁରୀ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲେ ।
