ଟଳିଲା ବଡ ଅଘଟଣ! ଲ୍ୟାଣ୍ଡମାଇନକୁ ଅକାମୀ କଲେ ଯବାନ
ମାଲକାନଗିରି : ଟଳିଲା ବଡ ଅଘଟଣ । ଲ୍ୟାଣ୍ଡମାଇନକୁ ଅକାମୀ କଲେ ବିଏସଏଫ ଯବାନ । ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ନୂତନ ଭାବେ ସ୍ଥାପନ ହୋଇଥିବା ଘନବେଡ଼ା ବିଏସଏଫ କ୍ୟାମ୍ପର ଯବାନମାନେ ବୋମାକୁ ନିଷ୍କ୍ରିୟ କରିଛନ୍ତି ।
ସୂଚନା ଯେ, ଯବାନମାନେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ କମ୍ବିଂ ଅପରେସନ କରିବାକୁ ଯାଇଥିଲେ। ସେଠାରେ ନିର୍ମାଣ ହେଉଥିବା ରାସ୍ତା କାମକୁ ସୁରକ୍ଷା ଦେବା ଲାଗି ଯବାନମାନେ ନିୟୋଜିତ ହୋଇଥିଲେ। ଏହି ସମୟରେ ଡିଟେକ୍ଟର ଯାଞ୍ଚ ସମୟରେ ରାସ୍ତାରେ ଲ୍ୟାଣ୍ଡମାଇନ ଲାଗିଥିବାର ସେମାନେ ଜାଣିବାକୁ ପାଇଥିଲେ। ସତର୍କତାର ସହ ମାଟି ତଳୁ ୫ଟି ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ ଯବାନ। ରାସ୍ତାରୁ ଅଳ୍ପ ଦୂରରେ ଏସବୁକୁ ନଷ୍ଟ କରାଯାଇଥିଲା।
