ଭାରତ ସରକାରଙ୍କ ବଡ ଘୋଷଣା : ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ସେବା
ନୂଆଦିଲ୍ଲୀ: ଭାରତ ସରକାରଙ୍କ ବଡ ଘୋଷଣା । ଆସନ୍ତା ଡିସେମ୍ବର ୧୫ ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା । ଏନେଇ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋରୋନା ମାହମାରୀ ଯୋଗୁଁ ଦୀର୍ଘ ଦିନ ହେଲା ବନ୍ଦ ରହିଥିଲା ଭାରତର ଅନ୍ତର୍ଜାତୀୟ ବିମାନ ସେବା । ତେବେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରେ ବିଦେଶରେ ବିଭିନ୍ନ କାର୍ଯ୍ୟ କରୁଥିବା ଲୋକ ଉପକୃତ ହେବେ ।
ଭାରତରେ କୋରୋନା ମହମାରୀର ସଂକ୍ରମଣ ହ୍ରାସ ପାଇବା ପରେ ବର୍ତ୍ତମାନ ଅନ୍ତର୍ଜାତୀୟ ଫ୍ଲାଇଟ ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ,ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବୈଠକ ପରେ ଭାରତରୁ ବିଦେଶ ଫ୍ଲାଇଟ ସେବାକୁ ଅନୁମତି ଦେଇଛନ୍ତି। ଏନେଇ ବେସାମରିକ ବିମାନ ଚଳାଚଳ ବିଭାଗର ମୁଖ୍ୟ ସଚିବ ରାଜୀବ ବଂଶଲ ସୂଚନା ଦେଇଛନ୍ତି ।
ଅନ୍ତର୍ଜାତୀୟ ବିମାନ ସେବା ଏୟାର ବୋବଲ ଚୁକ୍ତିନାମା ମାଧ୍ୟମରେ ଚଳାଚଳ କରାଯିବ। ଗତ ସପ୍ତାହରେ ଆନ୍ତର୍ଜତୀୟ ବିମାନ ସେବା ଆରମ୍ଭ ହେବା ନେଇ ସମସ୍ତ ପ୍ରକାରର ସତର୍କତା ପ୍ରତି ଧ୍ୟାନ ଦିଆଯାଉଛି ବୋଲି ସୂଚନା ଦେଇଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । କୋରୋନାର ସମସ୍ତ ପ୍ରକାରର କଟକଣା ପାଳନ କରି ବିମାନସେବା ଆରମ୍ଭ କରାଯିବ । ଭାରତ ୨୮ ଦେଶ ସହ ଏୟାର ବୋବଲ ଚୁକ୍ତିନାମା କରିଛି । ବିଶେଷ କରି ଆମେରିକା,ବ୍ରିଟେନ, ସାଉଦିଆରବ, କେନିଆ, ଭୂଟାନ, ଫ୍ରାନ୍ସ,ଇଟାଲି ଦେଶ ରହିଛନ୍ତି । ସୂଚନାଥାଉକି କୋରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟରେ ସଂକ୍ରମଣ ବୃଦ୍ଧି ଗତ ବର୍ଷ ମାର୍ଚ୍ଚରୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ କରାଯାଇଥିଲା ।
