ପ୍ରାୟ ୬ ବର୍ଷ ପରେ ପ୍ରଥମ ନୋ ବଲ୍ ଫିଙ୍ଗିଲେ ଭୁବନେଶ୍ଵର କୁମାର
କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମରେ ମଙ୍ଗଳବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ଦିନିକିଆ ଖେଳାଯାଇଛି । ଏଥିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଭୁବନେଶ୍ଵର କୁମାର ଏକ ନୋ ବଲ୍ ଫିଙ୍ଗିଛନ୍ତି। ସେ ପ୍ରାୟ ୬ ବର୍ଷ (୨୦୧୫ ଅକ୍ଟୋବର) ପରେ ଏକ ନୋ ବଲ୍ ଫିଙ୍ଗିଛନ୍ତି। ତୃତୀୟ ଓଭରର ପ୍ରଥମ ବଲ୍ ଫିଙ୍ଗିଥିଲେ। ବ୍ୟାଟିଂ କରୁଥିଲେ ମିନୋଦ ଭାନୁକା। ହେଲେ ପ୍ରଥମ ବଲ୍ ସେ ନୋ ବଲ୍ କରିଥିଲେ। ଭୁବନେଶ୍ଵର କୁମାର ୨୦୧୫ ଅକ୍ଟୋବର ପରେ ପ୍ରଥମ ଥର ନୋ ବଲ୍ ଫିଙ୍ଗିଛନ୍ତି। ଏହି ସମୟରେ ସେ ୩୦୯୩ ବଲ୍ ବୋଲିଂ କରିଛନ୍ତି।
ସୂଚନା ଯେ, ଭୁବନେଶ୍ଵର କୁମାର ନିଜର ସ୍ଵିଙ୍ଗ୍ ବୋଲିଂ ପାଇଁ ପରିଚିତ। ହେଲେ ଶ୍ରୀଲଙ୍କା ବିପକ୍ଷ ସିରିଜ୍ର ପ୍ରଥମ ମ୍ୟାଚ୍ରେ ସେ ପ୍ରଭାବହୀନ ରହିଥିଲେ । ସେ କିଛି ଓ୍ଵାଇଡ୍ ବଲ୍ ମଧ୍ୟ ଫିଙ୍ଗିଥିଲେ। ମାତ୍ର ସେ କୌଣସି ନୋ ବଲ୍ ଦେଇନଥିଲେ । ଏଥିରୁ ଅନୁମାନ କରି ପାରିବେ ଯେ, ସେ ବହୁତ କମ ନୋ ବଲ ଫିଙ୍ଗନ୍ତି। ଭୁବନେଶ୍ଵର ଶ୍ରୀଲଙ୍କା ବିପକ୍ଷ ସିରିଜର ଦ୍ଵିତୀୟ ମ୍ୟାଚ୍ରେ ନୋ ବଲ୍ ଫିଙ୍ଗିଛନ୍ତି। ସେ ତାଙ୍କ ପୂରା କ୍ୟାରିୟରରେ ମାତ୍ର ୫ଟି ନୋ ବଲ୍ ଫିଙ୍ଗିଛନ୍ତି । ୨୦୧୫ ଅକ୍ଟୋବର ପରଠୁ ନିଜର ଏହି ଦୁଇ ନୋ ବଲ୍ ମଧ୍ୟରେ ଭୁବନେଶ୍ଵର ୫୧୩.୩ ଓଭର ଫିଙ୍ଗିଛନ୍ତି ।
