ତୃତୀୟ ଲହର ମୁକାବିଲା ପାଇଁ ଭୁବନେଶ୍ୱର ଏମସ୍ ପ୍ରସ୍ତୁତ : ନିର୍ଦ୍ଦେଶିକା
ଭୁବନେଶ୍ୱର : କରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଭୁବନେଶ୍ୱର ଏମସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଭୁବନେଶ୍ୱର ଏମସ୍ରେ ଶିଶୁଙ୍କ ପାଇଁ ୨ ଟି ୱାର୍ଡରେ ୬୦ ଟି ବେଡ ସହ ୭ଟି ଆଇସିୟୁ ପ୍ରସ୍ତୁତ ଅଛି । ଯଦି ଆବଶ୍ୟକ ହୁଏ ଆଗକୁ ଆଇସିୟୁ ସଂଖ୍ୟା ବଢିପାରେ । ଶିଶୁ ଙ୍କ ପାଇଁ ସମସ୍ତ ମେଡ଼ିସିନ ମହଜୁଦ ଥିବା ସହ ଡାକ୍ତର ଓ ନର୍ସଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ବୋଲି ଏହାର ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି ବି କହିଛନ୍ତି ।
କରୋନା ମହାମାରୀର ତୃତୀୟ ଲହର ୧୮ ବର୍ଷରୁ କମ ପିଲା ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଅଧିକ ଚ୍ୟାଲେଞ୍ଜ ରହିଛି । ତଥାପି ଭୁବନେଶ୍ୱର ଏମସ୍ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଯଦି କୌଣସି ଶିଶୁ କୋଭିଡ ପଜିଟିଭ ହୋଇ ଏମସ୍ ର ଭର୍ତି ହୁଅନ୍ତି, ତାଙ୍କ ସହ ତାଙ୍କ ପରିବାରର ଜଣକୁ ରହିବା ପାଇଁ ଅନୁମତି ମଧ୍ୟ ଦିଆଯିବ । ଜନ୍ମ ହେବାକୁ ଯାଉଥିବା ଶିଶୁ ଓ ମାର ଅଧିକ ଯତ୍ନ ନିଆଯିବ । ଦୁଇଟି ଇକମୋ ମେସିନ ମଧ୍ୟ ରହିଛି । ଆବଶ୍ୟକ ପଡ଼ିଲେ ତାକୁ ମଧ୍ୟ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି ।
