ଟୋକିଓ ପାରାଲିମ୍ପିକ୍ସ୍ : ଫାଇନାଲ୍ରେ ଭାରତର ଭାବିନା ପଟେଲ୍
- ସ୍ୱର୍ଣ୍ଣ ପଦକ ଠାରୁ ଗୋଟିଏ ପାଦ ଦୂରରେ
ନୂଆଦିଲ୍ଲୀ : ଜାପାନର ଟୋକିଓରେ ଚାଲିଥିବା ପରାଲିମ୍ପିକ୍ସ୍ର ଟେବୁଲ୍ ଟେନିସ୍ ପ୍ରତିଯୋଗିତାର ‘ଉଇମିନ୍ସ୍ ସିଙ୍ଗଲ୍ସ୍ କ୍ଲାସ୍-ଫୋର୍’ରେ ଶନିବାର ବିଶ୍ୱର ୩ ନମ୍ବର ଖେଳାଳି ଚୀନ୍ର ଚାଙ୍ଗ୍ ମିଆଓଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ଭାବେ ଭାବିନା ପଟେଲ୍ ଇତିହାସ ସୃଷ୍ଟି କରିବା ସହ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଫାଇନାଲ୍କୁ ଉତ୍ତୀର୍ଣ୍ଣ ହେବା ଲାଗି ଭାବିନା ଚାଙ୍ଗ୍ ମିଆଓଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରିଛନ୍ତି। ଏବେ ଫାଇନାଲରେ ପ୍ରବେଶ କରିଥିବାରୁ ସ୍ୱର୍ଣ୍ଣ ପଦକ ଆଶା ଉଦ୍ଜିବୀତ ହୋଇଛି । ସେମିଫାଇନାଲରେ ବିଜୟୀ ହେବା ପରେ ୩୪ ବର୍ଷୀୟ ଭାବିନା କହିଛନ୍ତି ଯେ, ଅଗଷ୍ଟ ୨୯ରେ ଫାଇନାଲ ମୁକାବିଲା ପାଇଁ ଓହ୍ଲାଇବେ । ଚୀନର ଝାଉଁ ୟିଙ୍ଗକୁ ସେ ମୁକାବିଲା କରିବେ । ଏହି ମୁକାବିଲା ଭାରତୀୟ ସମୟ ସକାଳ ୭ଟା ୧୫ରେ ହେବ ।
I've proved nothing is impossible: Bhavina after semi-final win over China's Zhang Miao
— ANI Digital (@ani_digital) August 28, 2021
Read @ANI Story | https://t.co/FwUXa77RnO#Paralympics pic.twitter.com/WZkULMVBHW
ଏହି କ୍ରୀଡ଼ାର ସ୍ବର୍ଣ୍ଣପଦକ ପ୍ରତିଯୋଗିତାରେ ଭାବିନା ଚୀନ୍ର ୟିଙ୍ଗ୍ ଜୋଉଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ। ପୂର୍ବରୁ ସେମି-ଫାଇନାଲ୍ ଖେଳରେ ୩୪ ବର୍ଷୀୟ ଭାବିନା ବିଶ୍ବର ୫ ନମ୍ବର କ୍ରୀଡ଼ିକା ସର୍ବିଆର ବୋରିସଲାଭା ପେରିକ୍ ରାଙ୍କୋଭିଙ୍କୁ ୧୧-୫, ୧୧-୬, ୧୧-୭ରେ ସିଧାସଳଖ ପରାସ୍ତ କରିଥିଲେ। ୧୬ଶ ପର୍ଯ୍ୟାୟରେ ଭାବିନା ବ୍ରାଜିଲ୍ର ଜୟସ୍ ଡି ଅଲିଭେରିଆଙ୍କୁ ୧୨-୧୦, ୧୩-୧୧, ୧୧-୬ରେ ପରାସ୍ତ କରି ପାରାଲିମ୍ପିକ୍ସ୍ରେ ପ୍ରଥମ ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳି କ୍ବାର୍ଟର୍ସରେ ଉପନୀତା ହୋଇଥିଲେ। ଭାରତବାସୀଙ୍କ ଉତ୍ସାହ ପାଇ ମୁଁ ଫାଇନାଲ୍ ମ୍ୟାଚ୍ ଜିଣିପାରେ। ମତେ ଉତ୍ସାହିତ କରି ଚାଲିଲେ ମୁଁ ସେମିଫାଇନାଲ୍ ମ୍ୟାଚ୍ରେ ବିଜୟୀ ହୋଇପାରିବି ବୋଲି ସେ କହିଥିଲେ।
