ଭାରତୀୟ ଜନତା ଯୁବମୋର୍ଚ୍ଚା ଜିଲା କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର : ଭାରତୀୟ ଜନତା ଯୁବମୋର୍ଚ୍ଚା ଜିଲା କାର୍ଯ୍ୟକାରିଣୀ ବୈଠକ ଆଜି ଭେନିୟା ପାରାଡାଇସ୍ ସମ୍ମିଳନୀ କକ୍ଷରେ ଜିଲା ଯୁବ ମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଜିଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସ୍ୱାଧୀନ ବିଜୟ ପଣ୍ଡା ମଞ୍ଚ ଆହ୍ୱାନ କରିଥିଲେ । ଜିଲା ଯୁବମୋର୍ଚ୍ଚା ଉପସଭାପତି ସୁବୋଧ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ କରାଇଥିଲେ । ପ୍ରଦୀପ ପ୍ରଜ୍ୱଳନ ଓ ଭାରତମାତାଙ୍କ ଚରଣରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା । ମଞ୍ଚାସୀନ ଅତିଥିଙ୍କ ସ୍ୱାଗତ ସମ୍ବର୍ଧନା ପରେ ଜିଲା ଯୁବ ମୋର୍ଚ୍ଚା ଉପସଭାପତି ସୁବୋଧ ଚନ୍ଦ୍ର ପଣ୍ଡା ଶୋକ ପ୍ରସ୍ତାବ ଆଗତ କରିଥିଲେ, ଦିବଂଗତ ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ରଂଜିତ ପ୍ରଧା , ବେଣୁ ମାଧବ ପଣ୍ଡା ଓ ଶୁଭମ ପଣ୍ଡାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା ଓ ଶାନ୍ତି ପାଠ କରାଯାଇଥିଲା । ମୁଖ୍ୟ ଅତିଥି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ମୁଖ୍ୟ ବକ୍ତା ଜିଲା ସଭାପତି ଉମାକାନ୍ତ ମହାପାତ୍ର ଓ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ୍ତ ତାଙ୍କ ଅଭିଭାଷଣରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ବୃନ୍ଦଙ୍କୁ ସାଙ୍ଗଠନିକ ଅଭିବୃଦ୍ଧି , ସଂରଚନା ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ବିଷୟରେ ପରାମର୍ଶ ଦେଇଥିଲେ ।
ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ରଣନୀତି ପ୍ରସ୍ତୁତ କରାଯାଇଥିଲା। ଅନ୍ୟତମ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ, ପ୍ରସ୍ତାବରେ ସରକାରୀ ଓ ପ୍ରଶାସନିକ ବିଫଳତା ପାଇଁ ଜିଲ୍ଲାବାସୀଙ୍କ ବହୁବିଧ ଅସୁବିଧା ଯଥା -: (ପାନୀୟ ଜଳ ସମସ୍ୟା, ପରିମଳ ବ୍ୟବସ୍ଥା, ଜଳ ନିଷ୍କାସନ,ଆଇନ ଶୃଙ୍ଖଳା , ଗମନା ଗମନ ) ଇତ୍ୟାଦି ଉପରେ ପ୍ରସ୍ତାବମାନ ଉପସ୍ଥାପନା କରାଯାଇଥିଲା । ପ୍ରସ୍ତାବକୁ ଜିଲା ଯୁବମୋର୍ଚ୍ଚା ଉପସଭାପତି ସୁବୋଧ ଚନ୍ଦ୍ର ପଣ୍ଡା ଚିଠା ପ୍ରସ୍ତାବକୁ ସମର୍ଥନ କରିଥିଲେ । ଶେଷରେ ଜିଲା ଯୁବ ମୋର୍ଚ୍ଚା ସମସ୍ତ ପଦାଧିକାରୀ ଧ୍ୱନୀ ମତରେ ଏହି ପ୍ରସ୍ତାବକୁ ପାରିତ କରିଥିଲେ । ଅନ୍ୟାନ୍ୟ ବିଷୟ ମଧ୍ୟରେ ମଣ୍ଡଳ ରିପୋଟିଂ, ଶକ୍ତିକେନ୍ଦ୍ର ପ୍ରଭାରୀ ଘୋଷଣା, ଶକ୍ତିକେନ୍ଦ୍ର ବୈଠକର ଦିନ ଧାର୍ଯ୍ୟ କରାଯାଇଥିଲା । ଶେଷରେ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସଂଜୀବ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର,ସୁଶାନ୍ତ ପଟ୍ଟନାୟକ,ସମର ଶଙ୍କର କାନୁନଗୋ, ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ସୁରଜ ସୂର୍ଯ୍ୟବଂଶୀ, ସୁବୋଧ ଚନ୍ଦ୍ର ପଣ୍ଡା ମଞ୍ଚାସିନ ଥିଲେ । ଓ ବିଶିଷ୍ଟ ବ୍ଯକ୍ତିତ୍ବ ଭାବେ ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନୀଷା ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲା ସମ୍ପାଦକ ଆଶିଷ ଘୋଷ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ସୋର ବିଜେପି ନେତା ରାକେଶ ମଲ୍ଲିକ, ଜିଲା ଏସଟିମୋର୍ଚ୍ଚା ସଭାପତି ମୃତ୍ଯୂଞ୍ଜୟ ଜେନା, ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, କୃଷକମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ବୁଦ୍ଧିଜୀବୀ ସେଲର ଅରବିନ୍ଦ ବାରିକ, ଭୋଗରାଇ ବିଜେପି ନେତା ଅଂଶୁମାନ ମହାନ୍ତି, ଗଣମାଧ୍ୟମ ସଂଯୋଜକ ଶୋଭାକର ସାହୁ ଉପସ୍ଥିତ ରହି ମିଡ଼ିଆ ପରିଚାଳନା କରିଥିଲେ ।
