ଶିମିଳିପାଳରେ ହେଉଥିବା ଅବ୍ୟବସ୍ଥାର ସିବିଆଇ ତଦନ୍ତ ଦାବୀ ଦାବୀପୁରଣ ନହେଲେ ରାଜରାସ୍ତାରେ ହରତାଳ କରିବ ଭଞ୍ଜସେନା
ବାରିପଦା : ଶିମିଳିପାଳ ସୁରକ୍ଷା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳାର ପ୍ରତିବାଦ ଏବଂ ଶିକାର ଯୋଗୁଁ ପ୍ରତିବର୍ଷ କମୁଥିବା ବାଘ ସଂଖ୍ୟା ଓ ଦାନ୍ତ ପାଇଁ ହେଉଥିବା ହାତୀର ଅବାଧ ଶିକାର ସହିତ ଜଡିତ କର୍ମଚାରୀ, ପ୍ରତ୍ୟେକ ବର୍ଷ ଶିମିଳିପାଳ ସୁରକ୍ଷା ନାମରେ ଆସୁଥିବା କୋଟି କୋଟି ଟଙ୍କା ହରିଲୁଟ ହେଉଥିବା ଅର୍ଥର ଉପଯୁକ୍ତ ତଦନ୍ତ ପାଇଁ ତୁରନ୍ତ ସିବିଆଇ ତଦନ୍ତ କରାଯିବା ଦାବୀ ନେଇ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବାରିପଦା ଓ ଯଶିପୁର ସ୍ଥିତ କ୍ଷେତ୍ର ନିର୍ଦେଶକ ଓ ଯଶିପୁର ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଭଂଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଗାମୀ ସାତ ଦିନ ମଧ୍ୟରେ ସିବିଆଇ ତଦନ୍ତର ନିର୍ଦେଶ ଦିଆନଗଲେ ଆଗାମୀ ଦିନରେ ମୟୁରଭଂଜର ସମସ୍ତ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଗୁଡିକ ଉପରେ ହରତାଳ କରାଯିବ ବୋଲି ଭଂଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଛନ୍ତି । ବାରିପଦା ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଂଜସେନା ଶୃଙ୍ଖଳା କମିଟିର ଅଧକ୍ଷ ସତ୍ୟ ସ୍ୱରୂପ ଦାଶ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ ଓ ଜିତେନ୍ଦ୍ର ହେମ୍ବ୍ରମ, ଜିଲ୍ଲା ସଭାପତି ପିଂଟୁ ମାଈତି, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ, ଜିଲ୍ଲା ଯୁବଛାତ୍ର ସଂଯୋଜକ ଏସ.କେ. ରାଜାଖାନ, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଂଜନ ପୃଷ୍ଟି, ଜିଲ୍ଲା ଯୁବଶାଖା ସଭାପତି ସୌମ୍ୟରଂଜନ ମିଶ୍ର, ଜିଲ୍ଲା ଉପସଭାପତି ସନ୍ତୋଷ ଗିରି, ଜିଲ୍ଲା ସାଧାରଣ ସମ୍ପାଦକ ଧନଂଜୟ ସାହୁ, ଜିଲ୍ଲା ମୁଖପାତ୍ର ମାନସ ବେହେରାଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ସେନାର କର୍ମକର୍ତା ମାନେ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ଯଶିପୁର ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ-ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଂଚପିଢ଼ ଉପଖଣ୍ଡ ସଭାପତି ଦକ୍ଷିଣା ମହାନ୍ତଙ୍କ ସମେତ ମାଇକେଲ ମହାନ୍ତ, କମଳାକାନ୍ତ ପାତ୍ର, ରୁକ୍ମଣ ନାୟକ, କାବୁଲୁ ସାମାଡ, ଗୋପୀ ବେହେରା, ଏସ.କେ. ମୀରାଜ, ଗମ୍ଭା ବେହେରା ପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
