ସିଏପିଏଫ୍ କର୍ମଚାରୀଙ୍କୁ ମିଳିବ ପୁରୁଣା ପେନସନ୍ ଯୋଜନାର ଲାଭ : ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏଣିକି ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ (ସିଏପିଏଫ୍) କର୍ମଚାରୀ ପୁରୁଣା ପେନସନ୍ ଯୋଜନାର ସୁବିଧା ପାଇବେ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି | ଏହି ପ୍ରସଙ୍ଗରେ ୮ ସପ୍ତାହ ମଧ୍ୟରେ ନିର୍ଦ୍ଦେଶ ଜାରି କରିବାକୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଜଷ୍ଟିସ ସୁରେଶ କୁମାର କାଟ୍ ଓ ଜଷ୍ଟିସ୍ ନୀନା ବନସାଲଙ୍କ ଖଣ୍ଡପୀଠ ସମସ୍ତ ଆବେଦନ ଖାରଜ କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
ଦିଲ୍ଲୀ ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ସିସିଏସ୍ (ପେନସନ୍) ନିୟମ, ୧୯୭୨ ଅନୁଯାୟୀ, ସିଆରପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍ ଏବଂ ଆଇଟିବିପିର ସବୁ କର୍ମଚାରୀଙ୍କୁ ପୁରୁଣା ପେନସନ୍ ଯୋଜନାର ଲାଭ ପ୍ରଦାନ କରାଯିବ। କୋର୍ଟ ମଧ୍ୟ କହିଛନ୍ତି ଯେ ଡିସେମ୍ବର ୨୨, ୨୦୧୩ରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ସଶସ୍ତ୍ର ବାହିନୀ ବ୍ୟତୀତ କେନ୍ଦ୍ର ସରକାରଙ୍କ ଅନ୍ୟ ସମସ୍ତ କର୍ମଚାରୀ ନୂଆ ପେନସନ୍ ଯୋଜନାର ଲାଭ ପାଇବେ।
ଦିଲ୍ଲୀ ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ସଶସ୍ତ୍ର ବାହିନୀ ପାଇଁ ପୁରୁଣା ପେନସନ୍ ଯୋଜନା ପୂର୍ବରୁ ହିଁ ଚାଲୁ ରହିଛି । ଏହାଛଡ଼ା ନୂତନ ପେନସନ୍ ଯୋଜନା ଲାଗୁ ହୋଇନାହିଁ। ନୂତନ ପେନସନ୍ ଯୋଜନା ବିଜ୍ଞପ୍ତିରେ ସମାନ ସୂଚନା ଦିଆଯାଇଛି ଯେ ଏହି ଯୋଜନା ସଶସ୍ତ୍ର ବାହିନୀ ପାଇଁ ନୁହେଁ। ଅର୍ଥାତ୍ ସିଏପିଏଫ୍ କର୍ମଚାରୀମାନେ ପୁରୁଣା ପେନସନ୍ ଯୋଜନାର ଲାଭ ପାଇବା ଜାରି ରଖିବେ ।
