ବେନ୍ ଷ୍ଟୋକ୍ସ ଇଂଲଣ୍ଡର ନୂଆ ଟେଷ୍ଟ ଅଧିନାୟକ
ଲଣ୍ଡନ : ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ନୂଆ ଟେଷ୍ଟ ଅଧିନାୟକ ଭାବରେ ନିଯୁକ୍ତ କରିଛି। ଷ୍ଟୋକ୍ସ ଜୋ ରୁଟଙ୍କ ସ୍ଥାନ ନେବେ। ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିବାରେ ଷ୍ଟୋକ୍ସ ୮୧ ତମ ଖେଳାଳି ହେବେ। ଜୋ ରୁଟଙ୍କ ସ୍ଥାନରେ ଏବେ ଷ୍ଟୋକଙ୍କୁ ଏହି ଦାୟିତ୍ୱ ଦେଇଛି ଇଂଲଣ୍ଡ କ୍ରିକେଟ ବୋର୍ଡ। ଷ୍ଟୋକ୍ସଙ୍କ କ୍ରିକେଟ କ୍ୟାରିୟର ଜବରଦସ୍ତ ରହିଛି। ଅନେକ ସମୟରେ ଉନ୍ନତ ଖେଳ ଖେଳି ଏକାକୀ ଦଳକୁ ବିଜୟୀ କରାଇଛନ୍ତି।
୩୦ ବର୍ଷୀୟ ବେନ୍ ଷ୍ଟୋକ୍ସ ଇଂଲଣ୍ଡ ପାଇଁ ଏପର୍ଯ୍ୟନ୍ତ ୭୯ଟି ଟେଷ୍ଟ ମ୍ୟାଚ୍ ଖେଳି ୫୦୬୧ ରନ୍ ସ୍କୋର କରିଛନ୍ତି। ତାଙ୍କ ଆକାଉଣ୍ଟରେ ମଧ୍ୟ ୧୭୪ ଟେଷ୍ଟ ୱିକେଟ୍ ଅଛି । ସେ ୨୦୧୭ ଠାରୁ ଦୁଇଥର ଦଳର ନେତୃତ୍ବ ନେଇଛନ୍ତି । ପାଞ୍ଚ ବର୍ଷ ଅଧିନାୟକ ରହିବା ପରେ ଜୋ ରୁଟ୍ ନିକଟରେ ପଦ ଛାଡିଥିଲେ। ସେ ରେକର୍ଡ ୬୪ ଟେଷ୍ଟ ମ୍ୟାଚରେ ଦଳର ଅଧିନାୟକତ୍ୱ କରିଥିଲେ । ଅଧିନାୟକ ଭାବରେ ବେନ୍ ଷ୍ଟୋକ୍ସଙ୍କ ପ୍ରଥମ ପରୀକ୍ଷା ଜୁନ୍ ୨ ରେ ବିଶ୍ୱ ଚାମ୍ପିଅନ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବ।
ଟେଷ୍ଟ ଅଧିନାୟକ ଦାୟିତ୍ୱ ମିଳିବା ପରେ ଷ୍ଟୋକ୍ସ କହିଛନ୍ତି, ‘ଇଂଲଣ୍ଡ ଟେଷ୍ଟର ନେତୃତ୍ୱ ନେବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ସମ୍ମାନିତ ଅନୁଭବ କରୁଛି। ପ୍ରକୃତରେ, ଏହା ଏକ ବିଶେଷ ଅଧିକାର, ଏବଂ ଏହାକୁ ନେଇ ମୁଁ ଅଧିକ ଉତ୍ସାହିତ ରହିଛି । ଜୋ ରୁଟ୍ ଇଂଲଣ୍ଡ କ୍ରିକେଟ ପାଇଁ ଯାହା କରି କରିଛନ୍ତି, ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଡ୍ରେସିଂ ରୁମରେ ଜଣେ ଲିଡର ଭାବେ ମୋର ବିକାଶରେ ସେ ବଡ଼ ଅଂଶୀଦାର। ସେ ଏହି ଭୂମିକାରେ ମୋ ପାଇଁ ଏକ ମହତ୍ୱପୂର୍ଣ୍ଣ ସହଯୋଗୀ ହୋଇ ରହିବେ’। ସୂଚନା ଯେ, ବେନ ଷ୍ଟୋକ୍ସଙ୍କ କ୍ରିକେଟ କ୍ୟାରିୟର ଜବରଦସ୍ତ ରହିଛି। ସେ ୭୯ଟି ଟେଷ୍ଟ ମ୍ୟାରେ ୫୦୬୧ ରନ କରିଥିଲେ। ଏଥିରେ ୧୧ ଷ୍ଟୋକ୍ସ ଏବଂ ୨୬ ଅର୍ଦ୍ଧଶତକ ସାମିଲ ରହିଛି । ଏଥିରେ ଗୋଟିଏ ଦ୍ୱିଶତକ ମଧ୍ୟ ସାମିଲ ରହିଛି। ବୋଲିଂରେ ମଧ୍ୟ ଷ୍ଟୋକ୍ସର ପ୍ରଦର୍ଶନ ଭଲ ରହିଛି। ବୋଲିଂ କମାଲ କରି ସେ ୧୨୬ଟି ଇନିଂସରେ ୧୭୪ଟି ୱିକେଟ୍ ହାସଲ କରିଛନ୍ତି। ଏଥିରେ ୪ଥର ସେ ୫ରୁ ଅଧିକ ୱିକେଟ୍ ହାସଲ କରିଛନ୍ତି।
