ବିଲେଇସର୍ଡା ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ
ବଲାଙ୍ଗୀର : ରବିବାର ଦିନ ଅଲ୍ ଓଡିଶା ବିଲେଇସର୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନର ଖେଳ ବିଲେଇସର୍ଡା ଓ ଭବାନୀପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଟ୍ରାଇବ୍ରେକରର ସାହାଯ୍ୟ ନିଆଯାଇଥିଲା । ଏଥିରେ ବିଲେଇସର୍ଡା ୪-୨ ଗୋଲରେ ଭବାନୀପାଟଣାକୁ ପରାସ୍ତ କରିଥିଲା । ଏହି ଟୁର୍ଣ୍ଣାମେଂଟକୁ ପୁଇନ୍ତଲା ବ୍ଲକ ଚେୟାରମେନ ମନୋଜ କୁମାର ପଧାନ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ସୁଶାନ୍ତ କୁମାର ଛତ୍ରିଆ, ପୂର୍ବତନ ସରପଂଚ ପ୍ରସନ୍ନ କୁମାର ବିଶ୍ୱାଳ, ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ବିଶ୍ୱାଳ ତଥା ସଭାପତି ନିଳକଣ୍ଠ ପଧାନ, ନିମେଇଁ ଚରଣ ପଧାନ ମଂଚାସିନ ଥିଲେ । ଉଦଘାଟନୀ ଉତ୍ସବରେ ସଭାପତି ମଧୂସୁଦନ ପଧାନଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
