ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ : ଉଦ୍ଧାର କଲା ପୋଲିସ, ତଦନ୍ତ ଆରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱରର ମଞ୍ଚେଶ୍ବର ଜଗନ୍ନାଥ ଲେପର୍ସି କଲୋନୀରେ କଙ୍ଗାରୁକୋର୍ଟ । ଜଣେ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଜଣଙ୍କୁ ଉଦ୍ଧାର କଲା ମଞ୍ଚେଶ୍ବର ଥାନା ପୋଲିସ।
ସୂଚନା ଯେ, ଯୁବତୀ ଜଣକ ଗତ ସୋମବାର ସନ୍ଧ୍ୟାରେ ପ୍ରେମିକ ପାଖକୁ ଆସିଥିଲେ। ଏକଥା ଜାଣିବା ପରେ କଲୋନୀର ମହିଳା ମାନେ ଏକଜୁଟ ହୋଇ ଯୁବତୀଙ୍କୁ କାବୁ କରିବା ସହ ତାଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିଥିଲେ । ଏହି ଘଟଣାରେ ଯୁବତୀ କୌଣସି ଅଭିଯୋଗ କରିନଥିବା ବେଳେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାସ୍ଥଳକୁ ଯାଇ ମଞ୍ଚେଶ୍ବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
