ଚନ୍ଦ୍ର ଗ୍ରହଣ ପରେ ଏକ ମାସ ପର୍ଯ୍ୟନ୍ତ ଏସବୁ ରାଶି ରୁହନ୍ତୁ ସାବଧାନ, ନଚେତ୍…
ଚନ୍ଦ୍ର ଗ୍ରହଣ ନଭେମ୍ବର ୮ରେ ଲାଗିଥିଲା । ଏହା ଭାରତରେ ଅନେକ ସହରରେ ଦେଖିବାକୁ ମିଳିଥିଲା । ଏହା ଏକ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ ଥିଲା । ଯାହାର ପ୍ରଭାବ ଏକ ମାସ ପର୍ଯ୍ୟନ୍ତ ରହିଥାଏ । ଚନ୍ଦ୍ର ଗ୍ରହଣର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡ଼ିଥାଏ । କିଛି ରାଶିଙ୍କ ପାଇଁ ଭଲ ଓ କିଛି ରାଶିଙ୍କ ପାଇଁ ଅଶୁଭ ହୋଇଥାଏ । ଏପରି ପରିସ୍ଥିତିରେ କିଛି ରାଶିର ଲୋକଙ୍କୁ ଆଗାମୀ ଏକ ମାସ ପାଇଁ ସତର୍କ ରହିବାକୁ ପଡ଼ିବ ।
ମେଷ ରାଶି :
ନଭେମ୍ବର ୮କୁ ଲାଗି ଥିବା ଚନ୍ଦ୍ର ଗ୍ରହଣର ସର୍ବାଧିକ ପ୍ରଭାବ ମେଷ ରାଶି ଉପରେ ପଡ଼ିବାକୁ ଯାଉଛି । ଏହି ରାଶିର ଲୋକଙ୍କୁ ଚନ୍ଦ୍ର ଗ୍ରହଣ ପୂର୍ବରୁ ଏକ ମାସ ପର୍ଯ୍ୟନ୍ତ ସମ୍ଭାଳି ଚଳିବାକୁ ପଡ଼ିବ । ସ୍ୱାସ୍ଥ୍ୟ ପ୍ରତି ଟିକିଏ ଅସାବଧାନତା ବଡ଼ ସମସ୍ୟା ସୃଷ୍ଟି କରିପାରେ । ଯତ୍ନର ସହ କାର୍ଯ୍ୟ କରନ୍ତୁ ଓ କୌଣସି ରିସ୍କ ନିଅନ୍ତୁ ନାହିଁ । ଦୁର୍ଘଟଣାର ସମ୍ଭାବନା ଅଛି ।
ସିଂହ ରାଶି :
ଚନ୍ଦ୍ର ଗ୍ରହଣ ସିଂହ ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଏଭଳି ପରିସ୍ଥିତିରେ ଏହି ରାଶିର ଲୋକମାନେ ଏକ ମାସ ପାଇଁ ସତର୍କ ରହିବା ଆବଶ୍ୟକ । ଝଗଡ଼ା, ଳଢ଼େଇ, ଯୁକ୍ତିତର୍କଠାରୁ ଦୂରରେ ରୁହନ୍ତୁ । କାହାର ମାମଲାରେ ମୁଣ୍ଡ ପଶାନ୍ତୁ ନାହିଁ ।
କନ୍ୟା ରାଶି :
ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ । ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ । ଚାକିରିଆ ଓ ବ୍ୟବସାୟୀମାନଙ୍କୁ ସମ୍ଭାଳି ଚଳିବା ପଡିବ । କ୍ୟାରିୟର ସମ୍ବନ୍ଧରେ ଯେକୌଣସି ଅସାବଧାନତା କ୍ଷତି ଘଟାଇପାରେ ।
ତୁଳା ରାଶି :
ଚନ୍ଦ୍ର ଗ୍ରହଣର ପ୍ରଭାବ ମଧ୍ୟ ଏକ ମାସ ପର୍ଯ୍ୟନ୍ତ ତୁଳା ରାଶିର ଲୋକଙ୍କ ଉପରେ ରହିବ । ଚନ୍ଦ୍ର ଗ୍ରହଣର ପ୍ରତିକୂଳ ପ୍ରଭାବ ଯୋଗୁଁ ଆପଣଙ୍କୁ ବିବାହିତ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏପରି ପରିସ୍ଥିତିରେ ଆପଣ ନିଜ ଜୀବନସାଥୀଙ୍କ ସହିତ ସୁସମ୍ପର୍କରେ ଚାଲିବା ଜରୁରୀ ।
ଧନୁ ରାଶି :
ଏକ ମାସ ପର୍ଯ୍ୟନ୍ତ ଏହି ରାଶିର ଲୋକଙ୍କ ପାଇଁ ବିଫଳତା ଓ ବିବାଦର ସମ୍ଭାବନା ଅଛି । ଅଫିସରେ ସାବଧାନ ରୁହନ୍ତୁ । ଆପଣଙ୍କର ସହକର୍ମୀମାନଙ୍କ ସହିତ କୌଣସି ପ୍ରକାରେ ଯୁକ୍ତିତର୍କ କରନ୍ତୁ ନାହିଁ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଅନ୍ୟଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ସନ୍ତାନ ପକ୍ଷରୁ ଚିନ୍ତା ହୋଇପାରେ ।
