ମହିଳା ଆଇପିଏଲ ନେଇ ବଡ ସଂକେତ ଦେଲେ ବିସିସିଆଇ ସଭାପତି, ଜାଣନ୍ତୁ କେବେ ଖେଳାଯିବ ମ୍ୟାଚ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଆଇପିଏଲ୍ ବିଷୟରେ ଏକ ବଡ ଘୋଷଣା କରିଛନ୍ତି। ଏଥିସହିତ ସମସ୍ତ ଫ୍ରାଞ୍ଚାଇଜି ମାନଙ୍କୁ ଜଣାଇଛନ୍ତି ଯେ, କୋରୋନା ପୂର୍ବରୁ ଚାଳିଥିବା ଆଇପିଏଲ ଫର୍ମାଟ ଅନୁସାରେ ଆସନ୍ତା ବର୍ଷ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍୨୦୨୩ ମଧ୍ୟ ଖେଳାଯିବ।
ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ କୋଭିଡ-୧୯ ମହାମାରୀ ଆରମ୍ଭ ହେତୁ କେବଳ କେତେକ ସ୍ଥାନରେ ଆଇପିଏଲ ଆୟୋଜନ କରାଯାଉଥିଲା। ୨୦୨୦ ମସିହାରେ ଏହା ସଂଯୁକ୍ତ ଆରବ ଏମିରେଟ୍ସର ତିନୋଟି ସ୍ଥାନ ଦୁବାଇ, ଶାହା ଜାହାନ ଏବଂ ଆବୁଧାବିର ଖାଲି ଷ୍ଟାଡିୟମରେରେ ଆୟୋଜିତ ହୋଇଥିଲ। ସେହିପରି ୨୦୨୧ ମସିହାରେ ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ଭାରତର ଚାରୋଟି ସ୍ଥାନ ଦିଲ୍ଲୀ, ଅହମ୍ମଦାବାଦ, ମୁମ୍ବାଇ ଏବଂ ଚେନ୍ନାଇରେ ଆୟୋଜିତ ହୋଇଥିଲା। କିନ୍ତୁ, ବର୍ତ୍ତମାନ ମହାମାରୀ ନିୟନ୍ତ୍ରଣକୁ ଆସିଥିବାରୁ ବିସିସିଆଇ ନିଷ୍ପତ୍ତି ନେଇଛି ଯେ, ଏଥର ଆଇପିଏଲ୍ ଏହାର ପୁରୁଣା ଶୈଳୀରେ ଖେଳାଯିବ।
ରାଜ୍ୟ ମାନଙ୍କରେ ଥିବା କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମାନଙ୍କୁ ପଠାଯାଇଥିବା ବାର୍ତ୍ତାରେ ଗାଙ୍ଗୁଲି କହିଛନ୍ତି ଯେ, ଆସନ୍ତା ବର୍ଷ ଠାରୁ ଆଇପିଏଲକୁ ଘରୋଇ ମଇଦାନ ତଥା ବିପକ୍ଷ ଦଳର ମଇଦାନରେ ମ୍ୟାଚ୍ ଖେଳିବା ଭଳି ଫର୍ମାଟରେ ଆୟୋଜନ କରାଯିବ। ସମସ୍ତ ୧୦ଟି ଦଳ ନିଜ ଘୋରଇ ମ୍ୟାଚ ନିର୍ଦ୍ଧାରିତ ସ୍ଥାନରେ ଖେଳିବେ। ପ୍ରାୟ ତିନି ବର୍ଷ ପରେ ବିସିସିଆଇ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଘରୋଇ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି ଯେଉଁଥିରେ ଦଳ ଗୁଡୁକ ଘୋରଇ ଏବଂ ବିରୋଧୀ ଦଳର ମଇଦାନର ପୁରୁଣା ଫର୍ମାଟରେ ଖେଳିବେ।
ଏହା ବ୍ୟତୀତ ବିସିସିଆଇ ମଧ୍ୟ ବହୁ ପ୍ରତୀକ୍ଷିତ ମହିଳା ଆଇପିଏଲ୍ ଆସନ୍ତା ବର୍ଷ ଆରମ୍ଭରେ ଆୟୋଜନ କରିବାକୁ ଯୋଜନା କରୁଛି। ଗତ ମାସରେ ଦିଆଯାଇଥିବା ରିପୋର୍ଟରେ କହାଯାଇଥିଲା ଯେ, ଦକ୍ଷିଣ ଆଫ୍ରିକା ରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ପରେ ମାର୍ଚ୍ଚ ମାସ ବେଳକୁ ମହିଳା ଆଇପିଏଲ ଆୟୋଜନ କରାଯାଇପାରେ।
୨୦ ସେପ୍ଟେମ୍ବରରେ ପଠାଯାଇଥିବା ବାର୍ତ୍ତାରେ ଗାଙ୍ଗୁଲି କହିଥିଲେ ଯେ, ‘ବହୁ ପ୍ରତୀକ୍ଷିତ ମହିଳା ଆଇପିଏଲ୍ ଆୟୋଜନ ପାଇଁ ବିସିସିଆଇ ବର୍ତ୍ତମାନ କାର୍ଯ୍ୟ କରୁଛି। ଏହାର ପ୍ରଥମ ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଆରମ୍ଭରେ ଅନୁଷ୍ଠିତ ହୋଇପାରେ। ମହିଳା ଆଇପିଏଲ ବ୍ୟତୀତ ବିସିସିଆଇ ୧୫ ବର୍ଷରୁ କମ୍ ବାଳିକା ଏକ ଦିବସିଅ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ କରିବାକୁ ଯାଉଛି।
