ବଙ୍ଗୋପସାଗର ଲଘୁଚାପ ବଳୟ ସୃଷ୍ଟି : ୫ ଯାଏ କାଁ ଭାଁ ବର୍ଷା
ଭୁବନେଶ୍ୱର : ଶ୍ରୀଲଙ୍କାର ଉତ୍ତର ପାଶ୍ୱର୍ରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମରେ ହାଲୁକା ବର୍ଷା ହେବ । ଆସନ୍ତା ୫ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ଲାଗିବ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ସେପଟେ ଆସନ୍ତା ୩ରୁ ୪ଦିନ ଯାଏ ରାଜ୍ୟରେ ଶୀତ ପ୍ରବାହରେ ସେଭଳି କିଛି ପରିବର୍ତ୍ତନ ହେବାର ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ରାଜ୍ୟରେ ସୋମବାର ଦିନ ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୧୬ଡିଗ୍ରୀ ସେଲସିୟସ୍ ଥିଲା । ଫୁଲବାଣୀରେ ୧୮ଡିଗ୍ରୀ, କୋରାପୁଟରେ ୧୯, ଟିଟିଲାଗଡ଼ରେ ୧୯, ସୁନ୍ଦରଗଡରେ ୧୯.୫, କେନ୍ଦୁଝରରେ ୧୯.୬, ଝାରସୁଗୁଡ଼ାରେ ୧୯.୬, ଚାନ୍ଦବାଲିରେ ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରୀ ରେକର୍ଡ ହୋଇଥିଲା ।
