ଇଣ୍ଡିଆ ସ୍କୁଲ ରେଙ୍କିଙ୍ଗ ଶ୍ରେଷ୍ଠ ତାଲିକାରେ ବାରିପଦାର ରାଣୀଭୋଳ ଓଏଭି ବିଦ୍ୟାଳୟ ସଫଳତା ପରେ ବିଦ୍ୟାଳୟକୁ ପ୍ରସାଶନ ପକ୍ଷରୁ ସମ୍ବର୍ଦ୍ଧନା
ବାରିପଦା : ଜାତୀୟ ଶ୍ରେଷ୍ଠ ସରକାରୀ ଶିକ୍ଷାନୁଷ୍ଠାନ ତାଲିକାରେ ଇଡବ୍ଲ ପୋର୍ଟାଲ ଦ୍ୱାରାପ୍ରକାଶିତ ଇଣ୍ଡିଆ ସ୍କୁଲ ରେଙ୍କିଙ୍ଗ ୨୦୨୨-୨୩ ତାଲିକାର ଦଶମ ଶ୍ରେଷ୍ଠ ସରକାରୀ ସ୍କୁଲ ଭାବେ ବାରିପଦାର ରାଣୀଭୋଳ ଓଏଭି ବିଦ୍ୟାଳୟ ରହିଛି । ଏହି ଅବସର ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟକୁ ଜିଲ୍ଲା ପ୍ରସାଶନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଯାପନ କରାଯାଇଛି । ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀ, ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସ ପ୍ରମୁଖ ରାଣୀଭୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ଏହି ସଫଳତା, ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରଚେଷ୍ଟା ଏବଂ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀଙ୍କ ଉତମ ପ୍ରଦର୍ଶନ ତଥା ସାଧନା ପାଇଁ ସମ୍ଭଭ ହୋଇପାରିଛି ବୋଲି କହିଥିଲେ । ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଛି । ଏହି ସଫଳତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟକୁ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧୂକାରୀ ନବ କିଶୋର ଗିରି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଜୟ କୁମାର ପତି, ପ୍ରଧାନଶିକ୍ଷକ ବିଭୁତିଭୂଷଣ ମଣ୍ଡଳ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ,କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।
