ରାମନବମୀ ପାଇଁ ଗେରୁଆମୟ ହେଲା ବାରିପଦା
ବାରିପଦା : ଆଜି ପବିତ୍ର ରାମ ନବମୀ ଥିବାରୁ ଏହି ପବିତ୍ର ଦିନରେ ପୁର ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇଉଠିଛି । ତେବେ ଚଳିତ ବର୍ଷ ରାମନବମୀ ରେ ବାରିପଦା ସହର ଚାରିଆଡ଼େ ଗେରୁଆମୟ ହୋଇଯାଇଛି । ବିଭିନ୍ନ ରାମ ମନ୍ଦିର ଗୁଡିକ ସଜାଇ ହେଇ ରହିଛି । ଭକ୍ତ ମାନେ ସକାଳୁ ସକାଳୁ ପୂଜା ପାଇଁ ମନ୍ଦିର ଗୁଡ଼ିକରେ ଭିଡ଼ ଜମେଇ ଥିବାର ଦେଖିବାକୁ ମିଳିଛି । ବାରିପଦା ର ଚାରିପଟେ ଗେରୁଆ ପତାକା ରେ ସଜେଇ ହେଇ ରହିଥିବା ବେଳେ, ଭକ୍ତିମୟ ପରିବେଶ ସୃଷ୍ଟି କରୁଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରାଯାଇଛି ।କେବଳ ସେତିକି ନୁହେଁ ବିଭିନ୍ନ ହନୁମାନ ମନ୍ଦିର ରେ ୧୦୮ ଘଟ ମୁଣ୍ଡାଇ ମନ୍ଦିରକୁ ଭକ୍ତମାନେ ପହଂଚି ଥିଲେ ।ତେବେ ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ଏବଂ ମନ୍ଦିରରେ ଭକ୍ତ ଏବଂ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ରାମ ନବମୀ ପାଇଁ ରାମନବମୀ କମିଟି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟଜନ କରାଯାଇଛି । ଆଜି ଅପରାହ୍ନରେ ରେ ରାମଭକ୍ତଙ୍କ ଏକ ବିଶାଳ ଶୋଭାଯାତ୍ରା ମଧୁବନ ପଡିଆ ରୁ ବାହାରି ସହର ପରିକ୍ରମା କରିଥିବାର ଜଣାଯାଇଛି । ପାରମ୍ପାରିକ ବାଦ୍ୟ ର ତାଳ ରେ ରାମ ଭକ୍ତ ମାନେ ସହର ପରିକ୍ରମା କରିଛନ୍ତି I ଶାନ୍ତିଶୃଙ୍ଖଳା ରକ୍ଷା ଉଦେଶ୍ୟ ରେ ବ୍ୟାପକ ପୋଲିସ ମୁତୟନ ହୋଇଥିବାର ଦେଖାଯାଇଛି.
