ଦୂର୍ଘଟଣା ପରେ ବସ ଜାଳିଦେବା ଘଟଣା ୫ ଜଣଙ୍କୁ କୋର୍ଟ ଚାଲାଣ କଲା ବାରିପଦା ଟାଉନ ପୋଲିସ
ବାରିପଦା : ନଗକାଳି ନୂଆ ବର୍ଷରେ ବାରିପଦା ସହର ଦେଇ ଯାଇଥିବା ୨୮ ନମ୍ବର ଜାତୀୟ ରାଜପଥର ଟେଲକୋ ଛକ ନିକଟରେ ଗ୍ୟାରେଜରୁ ବାହାରୁଥିବା ରଣଜିତା ନାମକ ଓଡି ୧୧-ଜି ୨୬୧୫ ନମ୍ବର ବିଷିଷ୍ଟ ବସ ଓଡି ୧୧-ଆର ୭୭୦୬ ନମ୍ବର ବିଷିଷ୍ଟ ଏକ ବାଇକ ସହ ଧକ୍କା ହେବାରୁ ବାଇକ ଚାଳକ ଦେଉଳି ଅଂଚଳର ତୁଷାର କୁମାର ସି ଗୁରୁତର ଭାବରେ ଆହତ ହୋଇଥିଲେ ତାଙ୍କର ଗୋଟିଏ ଗୋଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତେବେ ଦୂର୍ଘଟଣା ଘଟିବା ପରେ ଉତ୍ୟକ୍ତ ଲୋକେ ବସଟିରେ ନିଆଁ ଲଗାଇ ଜାଳି ଦେଇଥିଲେ । ଅଗ୍ନୀଶମ ବିଭାଗ ଆସି ଅଗ୍ନୀକୁ ଆୟତ କରିଥିବା ବେଳେ, ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।ତେବେ ବସ ଜାଳିଦେବା ଘଟଣାରେ ବାରିପଦା ଟାଉନ ପୋଲିସ କିଛି ଲୋକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ, ଆଜି ଝାରପୋଖୋରିଆ ଅଂଚଳ ଗଣ୍ଡିପାଣି ଗ୍ରାମର ରାଜାରାମ ଶୁଭେନ୍ଦୁ ବିକାଶ(୩୬), ୱାର୍ଡନଂ ୧୭ର ଧନେଶ୍ୱର ମାରାଣ୍ଡି(୪୫), କାଳିକାପୁର ଅଂଚଳର ସୁମନ୍ତ ମୁଖି(୩୫),କାର୍ତିକ ମୁଖି (୨୪), ତେନ୍ତୁଳିଡିଙ୍ଗାର ରାଜୀବ ଲୋଚନ ଦାସ(୩୧) ନାମକ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେମାପତି ସୂଚନା ଦେଇଛନ୍ତି । ଗୁରୁତର ବାଇକ ଚାଳକ ତୁଷାକ ସି ଙ୍କୁ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ଡାକ୍ତର କଟକ ରେଫର କରିଥିବାର ଜଣାଯାଇଛି ।
